ଜୁନ ୧୮ରେ ହୋଇପାରେ ବିଧାନସଭା ଅଧିବେଶନ

ଜୁନ ୧୮ରେ ହୋଇପାରେ ବିଧାନସଭା ଅଧିବେଶନ

ଜୁନ ୧୮ରେ ହୋଇପାରେ ବିଧାନସଭା ଅଧିବେଶନ
ଭୁବନେଶ୍ୱର: ଆସନ୍ତା ଜୁନ ୧୮ ତାରିଖରୁ ଷୋଢ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଡକାଯିବା ସମ୍ଭାବନା ରହିଛି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ପୂର୍ବରୁ ଜୁନ ୧୧ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ କରିବାକୁ ବିଧାନସଭା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ରଜ ଛୁଟି ପଡୁଥିବାରୁ ସେ ତାରିଖ ପରିବର୍ତନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ନିର୍ବାଚନ ବର୍ଷ ଥିବାରୁ ରାଜ୍ୟ ସରକାର ଗତ ଫେବୃଆରୀରେ ୪ମାସ ଯାଏଁ କାମଚଳା ବଜେଟ ବିଧାନସଭାରେ ପାରିତ କରିଥିଲେ । ଏବେ ନୂଆ ସରକାର ଗଠନ ପରେ ବିଧାନସଭା ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପାରିତ କରାଯିବ । ସୂଚନା ଅନୁଯାୟୀ ଜୁନ ୧୮ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ଚାଲିବା ସମ୍ଭାବନା ରହିଛି । ଜୁଲାଇ ୩୧ରେ ବ୍ୟୟ ମଞୁର ବିଲ ପାରିତ କରାଯିବ ।