ସବୁ ସ୍ୱାମୀ ଖରାପ ନୁହଁନ୍ତି : କଙ୍ଗନା

ସବୁ ସ୍ୱାମୀ ଖରାପ ନୁହଁନ୍ତି : କଙ୍ଗନା

ସବୁ ସ୍ୱାମୀ ଖରାପ ନୁହଁନ୍ତି : କଙ୍ଗନା
ଗ୍ୟାଙ୍ଗଷ୍ଟାର, କ୍ୱିନ, ତନୁ ୱେଡସ ମନୁ, ମଣିକର୍ଣ୍ଣିକା ପ୍ରତି ଏକାଧିକ ଫିଲ୍ମରେ ନିଜର ଅଭିନୟ ପ୍ରତିଭାର ପ୍ରମାଣ ଦେଇଥିବା କଙ୍ଗନା ରନାୱତ ବିବାହ କଥା ପଡ଼ିଲେ ‘ନା ବାବା ନା’ କହି କାନରେ ହାତ ଦେଉଥିଲେ । କହୁଥିଲେ ବିବାହର ଅର୍ଥ ଦାସତ୍ୱ । ଏବେ ଏହାକୁ ନେଇ ତାଙ୍କ ଦୃଷ୍ଟିକୋଣ ବଦଳିଲା ପରି ମନେ ହେଉଛି । ନିକଟରେ ଏକ ସାକ୍ଷାତକାରରେ ସେ ଯାହା କହିଛନ୍ତି ତାହା ତାଙ୍କ ପରିଚିତ ଓ ଘନିଷ୍ଠ ମହଲକୁ ବି ଚକିତ କରିଛି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ‘ସ୍ୱାମୀ’ ସମ୍ପର୍କରେ କହିଛନ୍ତି ‘ସବୁ ସ୍ୱାମୀ ଖରାପ ନୁହନ୍ତି । ଏମିତି ବହୁ ସ୍ୱାମୀ ଅଛନ୍ତି ଯେଉଁମାନେ ପତ୍ନୀକୁ ହୃଦୟ ଦେଇ ଭଲ ପାଆନ୍ତି । ପତ୍ନୀର ଭଲମନ୍ଦ ବୁଝନ୍ତି ଏବଂ ଆବଶ୍ୟକ ପଡ଼ିଲେ ଯେ କୌଣସି ତ୍ୟାଗ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ।’ ଉତ୍ତର ଶୁଣି ସାମ୍ବାଦିକ ଜଣକ ପାଦେ ଆଗକୁ ବଢ଼ି ସେ କେବେ ବିବାହ କରିବେ ବୋଲି ପଚାରିଥିଲେ । ତାର ଉତ୍ତର କଙ୍ଗନା ଦେଇଥିଲେ ଏକ ମଧୁର ସ୍ମିତହାସ୍ୟରେ ।