ଟେଡି ବିଅର

ଟେଡି ବିଅର

ଟେଡି ବିଅର
ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ଓଡିଶା ରାଜସ୍ୱ ସେବା ଅଧିକାରୀ ୧୯୦୨ ମସିହାରେ ଥରେ ପସିଦ୍ଧ ଆମେରିକୀୟ ରାଜନୀତିଜ୍ଞ ତଥା ରାଷ୍ଟ୍ରପତି ଥିଓଡର ରୁସଭେଲ୍ଟ ଭଲ୍ଲୁକ ଶିକାର ପାଇଁ ଏକ ପ୍ରମୋଦ ଭ୍ରମଣରେ ମିସିଶିପି ଅଂଚଳକୁ ଯାଇଥିଲେ, ଯାହାକି ଗୋଟିଏ େ କଣ୍ଢେଇ ଉଦ୍ଭାବନର ପ୍ରେରଣା ଉତ୍ସ ପାଲଟି ଥିଲା ।ଏହା ଥିଲା ପୃଥିବୀରେ ଶିଶୁ ମାନଙ୍କର ସର୍ବାଧିକ ପ୍ରୀୟ ଖେଳନାର ପ୍ରତିକୃତି । ଘଟଣାଟି କିଛି ଏହିପରି- ହଲ୍ଟ କୋଲିଅର ନାମକ ଜଣେ କୃଷୀ କ୍ରିତଦାସଙ୍କୁ ଜଙ୍ଗଲୀ ଶିକାର ଅନ୍ୱେଷଣ କରିବାର ଦାୟୀତ୍ୱ ସମ୍ପାଦନ କରିବାକୁ ନଦେ୍ର୍ଧଶ ଦିଆଯାଇଥିଲା, କାରଣ ସେ ଥିଲେ ଜଣେ ଅସାଧାରଣ ଭାବେ ଦକ୍ଷ ଶିକାରୀ । ପ୍ରକାରାନ୍ତରେ ଜଙ୍ଗଲୀ ଭାଲୁକୁ ଥିଓଡର ରୁସଭେଲ୍ଟଙ୍କ ପାଖକୁ ଏପରି ଭାବରେ ଘଉଡାଇ ଆଣିବାର ଦାୟୀତ୍ୱ ହଲ୍ଟ କୋଲିଅର ଏବଂ ତାଙ୍କର ଶିକାରୀ କୁକୁର ମାନଙ୍କୁ ଦିଆଯାଇଥିଲା ଯେମିତି କି ଅପେକ୍ଷାରତ ମଂଚାସୀନ ଥିଓଡର ରୁସଭେଲ୍ଟ ଭାଲୁକୁ ସିଧାସଳଖ ଗୁଳିବିଦ୍ଧ କରିପାରିବେ । ଅଥଚ ସେଦିନ ଯେତେବେଳେ ହଲ୍ଟ କୋଲିଅର ଏବଂ ତାଙ୍କର ଶିକାରୀ କୁକୁର ଜଙ୍ଗଲୀ ଭାଲୁକୁ ଥିଓଡର ରୁସଭେଲ୍ଟଙ୍କ ମଂଚ ପାଖକୁ ଘଉଡାଇ ଆଣିଲା ବେଳକୁ ଥିଓଡର ରୁସଭେଲ୍ଟ ତାଙ୍କ ମଧ୍ୟାହ୍ନ ଭୋଜନ ଖାଇବାକୁ ପ୍ରସ୍ଥାନ କରିଥିଲେ । ଏହି ଅପ୍ରତ୍ୟାଶିତ ପରିସ୍ଥିତିରେ ଭୟଭିତ ଭାଲୁଟି ହଲ୍ଟ କୋଲିଅରଙ୍କର ଗୋଟିଏ ଶିକାରୀ କୁକୁରକୁ ଅତର୍କୀତ ଆକ୍ରମଣ କରିଥିଲା । ଶିକାରକୁ ହଲ୍ଟ କୋଲିଅର ନିଜେ କେବେ ମାରିବେ ନାହିଁବୋଲି ରାଷ୍ଟ୍ରପତି ଥିଓଡର ରୁସଭେଲ୍ଟଙ୍କୁ ସେ ଦେଇଥିବା ପ୍ରତିଶୃତିକୁ ରକ୍ଷାକରିବାକୁ ଯାଇ ସେ ହିଂସ୍ର ଭାଲୁକୁ ରାଇଫଲ ପଛଦ୍ୱାରା ଆଘାତ କରିବା ସହ କୌଶଳ କ୍ରମେ ତାକୁ ଏକ ବୃକ୍ଷରେ ପକାଇଥିଲେ । କିଛି କ୍ଷଣ ଅନ୍ତେ ଥିଓଡର ରୁସଭେଲ୍ଟ ଯେତେବେଳେ ପୁନରାୟ ମଂଚା ନିକଟକୁ ଫେରି ବାନ୍ଧା ହୋଇଥିବା ଭାଲୁ କୁ ଦେଖି ଏସବୁ ଯାଣିଲେ, ସେ ହଲ୍ଟ କୋଲିଅରଙ୍କ ବଳ, ବୁଦ୍ଧିମତା ଓ କୌଶଳର ପ୍ରମାଣ ପାଇ ଚମକ୍ରୃତ ହେବା ସହ ତାଙ୍କର ଭୁୟସୀ ପ୍ରଶଂସା କରିଥିଲେ । ତେବେ ନିଜକୁ ବଂଚାଇବା ପାଇଁ ଅକ୍ଷମ ଭାଲୁକୁ ନ ମାରିବାକୁ ସେ ଉଦାର ନିଷ୍ପତି ନେଲେ । ଏହି ଘଟଣା ପ୍ରବାହ ଉପରେ ସେଠାକାର ସଂବାଦ ପତ୍ର ଗୁଡିକ ଦ୍ୱାରା ବ୍ୟାପକ ଆଲୋଚନା କରାଯାଇଥିଲା । ଏବଂ ୧୯୦୨ ମସିହାରେ ୱାଶିଙ୍ଗଟନ ପୋଷ୍ଟ ନାମକ ଏକ ସଂବାଦ ପତ୍ର, ବ୍ୟଙ୍ଗ ଚିତ୍ରଶିଳ୍ପୀ କ୍ଲିଫୋର୍ଡ ବେରିମ୍ୟାନଙ୍କ ଦ୍ୱାରା ଅଙ୍କିତ ଧାରାବାହିକ ବ୍ୟଙ୍ଗ ଚିତ୍ର ପ୍ରକାଶିତ କରିଥିଲା । ପ୍ରାରମ୍ଭରେ ଥିଓଡର ରୁସଭେଲ୍ଟ ଓ ଏକ ବୟସ୍କ ଭାଲୁ ଏକ ବୃକ୍ଷରେ ଏକତ୍ର ବନ୍ଧା ହୋଇଥିବାର ବ୍ୟଙ୍ଗ ଚିତ୍ର ପ୍ରକାଶ ପାଇଥିଲା । ଏବଂ ପରବର୍ତୀ ବ୍ୟଙ୍ଗ ଚିତ୍ର ଧାରାରେ ବୟସ୍କ ଭାଲୁକୁ ଏକ ଗୁଲୁଗୁଲିଆ ଭାଲୁ ଛୁଆ ଭାବରେ ଚିତ୍ରଣ କରାଯାଇଥିଲା । ଏହି ଚିତ୍ର ଦ୍ୱାରା ଅନୁପ୍ରେରିତ ହୋଇ ବୃକଲିନ ନ୍ୟୁୟର୍କର ମୋରିସ ଏବଂ ରୋଜ ମିକଟମ ନାମକ ଦୁଇ ବ୍ୟବସାୟୀ ଏକ ଖେଳନା ଭାଲୁ ପ୍ରସ୍ତୁତ କରିଥିଲେ । ଏହାର ନାମ ଟେଡି ରୁସଭେଲ୍ଟ ଙ୍କ ନାମ ଅନୁସାରେ ରଖା ଯାଇଥିବା ବେଳେ, ଏହି ଖେଳନା ଭାଲୁଟିକୁ ସତ ଭାଲୁ ପରି ରୂପ ଦିଆନଯାଇ ଏକ ମନୋରମ ନିରୀହ ଭାଲୁଛୁଆର ରୂପ ଦିଆଯାଇଥିଲା, ଯାହାକି ମହିଳା ଓ ଶିଶୁ ମାନଙ୍କ ଦ୍ୱାରା ଅତ୍ୟନ୍ତ ଆଦୃତ ହୋଇଥିଲା । ପରବର୍ତୀ ସମୟରେ ସେ ମିଚଟମ ନାମକ ଏକ ଦାତବ୍ୟ ଅନୁଷ୍ଠାନ ଓ ଖେଳନା ପ୍ରସ୍ତୁତକାରୀ ପ୍ରତିଷ୍ଠାନ ଆରମ୍ଭ କରିଥିଲେ, ଯାହାକି ଅଦ୍ୟାବଧି କାର୍ଯ୍ୟ କରୁଅଛି । ସଞ୍ଜୋଗକ୍ରମେ ଜର୍ମାନୀର ସିମଷ୍ଟେସ ମାର୍ଗାରେଟ ଷ୍ଟିଫ ସେହି ସମୟରେ ଖେଳନା ଭାଲୁ ପ୍ରସ୍ତୁତ କରିଥିଲେ । ଇୟୁରୋପରୁ ତାହା ଯାଇ ଅମେରିକୀୟ ପ୍ରଦର୍ଶନ ଥାକର ଶୋଭା ମଣ୍ଡନ କରିଥିଲା । ଷ୍ଟିଫ ଙ୍କ ଖେଳନା ଭାଲୁର ବାଣିଜ୍ୟ ମୋହର ଚିହ୍ନ ଏହାର ବାମ କାନ ଉପରେ ଅଙ୍କିତ ଥାଏ ଏବଂ ଏହା ଅତ୍ୟନ୍ତ ଉଚ୍ଚ ଦରର ହୋଇଥିବା ବେଳେ ଏହାର ପୂରାତନ କୃତି ଗୁଡିକ ସଂଗ୍ରାହକ ମାନଙ୍କ ମଧ୍ୟରେ ଅତ୍ୟଧିକ ଚାହିଦା ସୃଷ୍ଟି କରିଥାଏ ।