ଭିକି-ଅଙ୍କିତାଙ୍କର ନିର୍ବନ୍ଧକୁ ନେଇ ଚାଲିଛି ଚର୍ଚ୍ଚା ।

ଭିକି-ଅଙ୍କିତାଙ୍କର ନିର୍ବନ୍ଧକୁ ନେଇ ଚାଲିଛି ଚର୍ଚ୍ଚା ।

ଭିକି-ଅଙ୍କିତାଙ୍କର ନିର୍ବନ୍ଧକୁ ନେଇ ଚାଲିଛି ଚର୍ଚ୍ଚା ।
ଉଭୟ ଟିଭି ଧାରାବାହିକ ଏବଂ ଫିଲ୍ମରେ ଦମଦାର ଅଭିନୟ ପାଇଁ ଅଭିନେତ୍ରୀ ଅଙ୍କିତା ଲାଖଣ୍ଡେ ସୁପରିଚିତ । ପ୍ରଶଂସକମାନଙ୍କ ଉଦେ୍ଧଶ୍ୟରେ ସେ ପ୍ରାୟ ସମୟରେ ସୋସାଲ ମିଡିଆରେ ନିଜର ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ତେବେ ନିକଟରେ ନିଜର ଇନଷ୍ଟାଗ୍ରାମ୍ ଆକାଉଂଟରେ ସେ ସେୟାର କରିଥିବା କିଛି ଫଟୋ ଖୁବ୍ ଚର୍ଚ୍ଚିତ ହେଉଛି । ସେଥିମଧ୍ୟରୁ ଗୋଟିଏ ଫଟୋରେ ଅଙ୍କିତାଙ୍କ ହାତରେ ଏକ ସୁନ୍ଦର ମୁଦି ଦେଖାଯାଉଛି । ତାକୁ ଦେଖି ଲକଡାଉନ୍ ମଧ୍ୟରେ ବୟଫ୍ରେଣ୍ଡ ଭିକି ଜୈନଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଯାଇଥିବାର ଚର୍ଚ୍ଚା ଚାଲିଛି । ଅବଶ୍ୟ ଅଙ୍କିତା ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି । ସୂଚନା ମୁତାବକ, ଏହା ପୂର୍ବରୁ ଅଙ୍କିତା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ବହୁଦିନ ଧରି ଲିଭ୍-ଇନରେ ରହିଥିଲେ । ପରେ କିନ୍ତୁ ଦୁଇଜଣ ଅଲଗା ହୋଇଯାଇଥିଲେ । ଏବେ ସେ ବ୍ୟବସାୟୀ ଭିକି ଜୈନଙ୍କୁ ଡେଟ୍ କରୁଛନ୍ତି ।