୨୬ରେ ଅଦେ୍ର୍ଧନ୍ଦୁଙ୍କ ହାତ ଧରିବେ ମହାରଥିଙ୍କ ଝିଅ

୨୬ରେ ଅଦେ୍ର୍ଧନ୍ଦୁଙ୍କ ହାତ ଧରିବେ ମହାରଥିଙ୍କ ଝିଅ

୨୬ରେ ଅଦେ୍ର୍ଧନ୍ଦୁଙ୍କ ହାତ ଧରିବେ ମହାରଥିଙ୍କ ଝିଅ
ଭୁବନେଶ୍ୱର : ପିପିଲି ବିଧାୟକ ତଥା ରାଜ୍ୟର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କ ବିବାହ ଓଡ଼ିଆ ଅଭିନେତା ଅଦେ୍ର୍ଧନ୍ଦୁ ସୁନ୍ଦର ସାହୁଙ୍କ ସହ ହେବ । ଫେବୃଆରୀ ୨୬ରେ ବରମୁଣ୍ଡା ଠାରେ ଥିବା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଉଭୟଙ୍କ ବିବାହ ହେବ । ଏହାପରେ ୨୮ରେ ନୟାପଲ୍ଲୀସ୍ଥିତ ଇଡ଼କଲ ଗ୍ରାଉଣ୍ଡରେ ରିସେପସନ ହେବ । ଗତ ଜାନୁଆରୀରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ପଲ୍ଲବୀ ଡାକ୍ତରୀ ପଢ଼ିସାରିବା ପରେ ଏବେ ପ୍ରାକ୍ଟିସ କରୁଛନ୍ତି । ଅପରପକ୍ଷରେ ଅଦେ୍ର୍ଧନ୍ଦୁ ଓଡ଼ିଆ ଓ ବଙ୍ଗଳା ସିନେମାରେ ଅଭିନୟ କରିଛନ୍ତି । ୨୦୧୫ରେ ସିନେମା ‘ଅଆଇ’ ମାଧ୍ୟମରେ ସେ ଓଲିଉଡ଼ରେ ପ୍ରବେଶ କରିଥିବାବେଳେ ଏହାପରେ ‘ଟପୋରୀ’, ‘ବ୍ଲାକମେଲ’, ‘ମୁଁ ପରଦେଶୀ ଚଢେ଼ଇ’ ଭଳି ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା ।