କେଜ୍ରିୱାଲ ବହୁ ଭୋଟରେ ଆଗୁଆ

କେଜ୍ରିୱାଲ ବହୁ ଭୋଟରେ ଆଗୁଆ

କେଜ୍ରିୱାଲ ବହୁ ଭୋଟରେ ଆଗୁଆ
ନୂଆଦିଲ୍ଲୀ : ନୂଆଦିଲ୍ଲୀ ଆସନରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୫ ହଜାର ଭୋଟରେ ଆଗୁଆ ଅଛନ୍ତି । ଗତ ୨୦୧୫ ନିର୍ବାଚନରେ କେଜ୍ରିୱାଲ ୩୧୫୮୩ ଭୋଟରେ ବାଜିମାତ କରିଥିଲେ । ଚଳିତ ଥର ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପି ନେତା ସୁନୀଲ କୁମାର ଯାଦବ । ତେବେ ସୁନୀଲଙ୍କ ଠାରୁ ଢେ଼ର ଆଗରେ ରହିଛନ୍ତି କେଜ୍ରିୱାଲ । ତାଙ୍କୁ ୬୦%ରୁ ଉଦ୍ଧ୍ୱର୍ ଭୋଟ ମିଳିଛି । ଫଳରେ ଚଳିତ ଥର ମଧ୍ୟ କେଜ୍ରିୱାଲ ବହୁ ଭୋଟରେ ବାଜିମାତ କରିବାର ସମ୍ଭାବନା ରହିଛି । ଅପରପକ୍ଷରେ ପୁଣି ଥରେ ଦିଲ୍ଳୀରେ ସରକାର ଗଢ଼ିବାର ସମ୍ଭାବନା ସୃଷ୍ଟିକରିଛି ଆମ ଆଦମୀ ପାର୍ଟି । ଦୁଇ ତୃତୀୟାଂଶ ଆସନରେ ଆଗୁଆ ଥିବା କେଜ୍ରିୱାଲଙ୍କୁ ରୋକିବା କଷ୍ଟକର ବୋଲି ଅନୁମାନ କରାଯାଉଛି । ଫଳରେ ପୁଣି ଥରେ କେଜ୍ରିୱାଲଙ୍କ ପଂଚରେ ନରେନ୍ଦ୍ର ମୋଦି ଓ ଅମିତ ଶାହା ଧରାଶାୟୀ ହେବାକୁ ଯାଉଛନ୍ତି । ପୂର୍ବାପେକ୍ଷା ବିଜେପିର ପ୍ରଦର୍ଶନ ଭଲ ଥିଲେବି ଆପକୁ କ୍ଷମତାରୁ ହଟାଇବାରେ ବିଫଳ ହେବା ନିଶ୍ଚିତ ।