ବାପା କେବେବି କରୀନାଙ୍କୁ ମା’ ଡାକିବାକୁ କହିନାହାନ୍ତି : ସାରା ଅଲ୍ଲୀ ଖାନ

ବାପା କେବେବି କରୀନାଙ୍କୁ ମା’ ଡାକିବାକୁ କହିନାହାନ୍ତି : ସାରା ଅଲ୍ଲୀ ଖାନ

ବାପା କେବେବି କରୀନାଙ୍କୁ ମା’ ଡାକିବାକୁ କହିନାହାନ୍ତି : ସାରା ଅଲ୍ଲୀ ଖାନ
ନୂଆଦିଲ୍ଲୀ : ସୈଫ ଅଲ୍ଲୀ ଖାନଙ୍କ ଦ୍ୱିତୀୟ ପନôୀ ବନିଛନ୍ତି କରୀନା କାପୁର । ତେବେ ଉଭୟଙ୍କ ମଧ୍ୟରେ ବାହାଘର ହେବାବେଳେକୁ ସୈଫଙ୍କ ଝିଅ ସାରା ଅଲ୍ଲୀ ଖାନ ବଡ଼ ହୋଇଯାଇଥିଲେ । ସମସ୍ତେ ଭାବୁଥିବେ କରୀନାଙ୍କୁ ବୋଧେ ସାରା ମା’ କିମ୍ବା ଛୋଟି ମା’ କହି ଡାକୁଥିବେ । କିନ୍ତୁ ବାସ୍ତବ କଥାଟି ସେଇଆ ନୁହେଁ, କରୀନାଙ୍କୁ ସେ ନାଁ ଧରି କିମ୍ବା ‘କେ’ ବୋଲି ଡାକିଥା’ନ୍ତି । ନିଜେ ସାରା ଏକ ସୋ’ରେ ଏନେଇ ସ୍ପଷ୍ଟ କରିଛନ୍ତି । ସାରା ଅଲ୍ଲୀ କହିଛନ୍ତିଯେ, ତାଙ୍କ ବାପା କେବେବି କରୀନାଙ୍କୁ ମା’ ଡାକିବାକୁ କହିନାହାନ୍ତି । ସେହିପରି ସାରା ତାଙ୍କୁ ମା’ ବୋଲି ଡାକନ୍ତୁ ବୋଲି କରୀନା ବି ଚାହାନ୍ତି ନାହିଁ । କରୀନା ତାଙ୍କୁ କହିଥିଲେଯେ, ତମ ମା’ ବହୁତ ଭଲ ଲୋକ ଥିଲେ । କିନ୍ତୁ ମୁଁ ତମ ସହ ସାଙ୍ଗ ହେବାକୁ ଚାହେଁ । ବୋଧହୁଏ ମା’ ଡାକିଲେ କରୀନାଙ୍କୁ ଭଲ ଲାଗିବନି ବୋଲି ସାରା କହିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । କେହି କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ବି କରନ୍ତି ନାହିଁ ।