ସୁଶାନ୍ତଙ୍କ ମୃତୁ୍ୟରେ କେହି ଦୁଃଖିତ ଭଳି ମନେ ହେଉନି: ମନୋଜ

ସୁଶାନ୍ତଙ୍କ ମୃତୁ୍ୟରେ କେହି ଦୁଃଖିତ ଭଳି ମନେ ହେଉନି: ମନୋଜ

ସୁଶାନ୍ତଙ୍କ ମୃତୁ୍ୟରେ କେହି ଦୁଃଖିତ ଭଳି ମନେ ହେଉନି: ମନୋଜ
ସୁଶାନ୍ତଙ୍କ ମୃତୁ୍ୟରେ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ । କିନ୍ତୁ ଅନ୍ୟ କେହି ବି ଦୁଃଖିତ ଥିଲା ଭଳି କାହିଁକି ମୋ ମନେ ହେଉନାହିଁ । ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି, ଅଭିନେତା ମନୋଜ ବାଜପେୟୀ । ସେ କହିଛନ୍ତି ସମସ୍ତେ ସୁଶାନ୍ତଙ୍କ ମୃତୁ୍ୟ କଥା ଭୁଲିଗଲେଣି । କେବଳ ଏବେ ଟିଆରପି ପ୍ରତିଯୋଗିତା ଚାଲିଛି । ଏଠି ଯଦିଏ ଯାହାର ଆଗ୍ରହ ଓ ଲକ୍ଷ୍ୟକୁ ନେଇ ଭାଷଣବାଜି କରିଚାଲିଛନ୍ତି । ପ୍ରତିଦିନ ବିଷୟବସ୍ତୁ ବି ପରିବର୍ତ୍ତନ ହେଉଚି । କିନ୍ତୁ ସୁଶାନ୍ତ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ, ତାହା ଜାଣିବାକୁ ଚେଷ୍ଟା କରିବା କାହାର ବି ନଜରରେ ନାହିଁ । ସେ ଆହୁରି କହିଛନ୍ତି, ସୁଶାନ୍ତଙ୍କ ମୃତୁ୍ୟ ପରଠାରୁ ମୁଁ ଲଗାତାର ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ଚାଲିଥିବା ପ୍ରତିଟି ଘଟଣାବଳୀର ଖବର ରଖୁଛି । ଏସବୁରୁ ଜାଣିବାକୁ ମିଳୁଛି ଯେ ଆମେ ସୁଶାନ୍ତଙ୍କୁ ବହୁ ପଛରେ ଛାଡ଼ି ଦେଲେଣି । କିନ୍ତୁ ମୁଁ ଏଯାଏଁ ବି ବିଶ୍ୱାସ କରିପାରୁନି ଯେ ସୁଶାନ୍ତ ଆଉ ଆମ ଗହଣରେ ନାହାନ୍ତି ।