ତାମିଲ ଅଭିନେତା ଥବାସୀଙ୍କ ଦେହାନ୍ତ

ତାମିଲ ଅଭିନେତା ଥବାସୀଙ୍କ ଦେହାନ୍ତ

ତାମିଲ ଅଭିନେତା ଥବାସୀଙ୍କ ଦେହାନ୍ତ
ଚେନ୍ନାଇ : ୨୦୨୦ରେ ଆଉ ଜଣେ ଅଭିନେତାଙ୍କ ପରଲୋକ ଘଟିଛି । କ୍ୟାନ୍ସରରେ ପ୍ରାଣ ହରାଇଛନ୍ତି ତାମିଲ ଅଭିନେତା ଥବାସୀ । ମଦୁରାଇର ସର୍ବଣା ହସ୍ପିଟାଲରେ ଏହି ତାମିଲ ଚରିତ୍ର ଅଭିନେତାଙ୍କ ପରଲୋକ ଘଟିଛି । ଖାଦ୍ୟନଳୀରେ କ୍ୟାନ୍ସର କାରଣରୁ ନଭେମ୍ବର ୧୧ ତାରିଖରେ ଥବାସୀଙ୍କୁ ସର୍ବଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡିଏମକେ ବିଧାୟକ ତଥା ପରିଚାଳନା ନିଦେ୍ର୍ଧଶକ ସର୍ବାନନ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ୧୧ ତାରିଖରୁ ଥବାସୀ ଜେନେରାଲ ୱାର୍ଡରେ ରହିଥିବା ବେଳେ ୨୩ ତାରିଖରେ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରାତି ପ୍ରାୟ ୮ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ଥବାସୀଙ୍କ ବିୟୋଗରେ ତାମିଲ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ଥବାସୀ ଏକାଧିକ ଫିଲ୍ମରେ ସହ କଳାକାର ଏବଂ ଚରିତ୍ର ଭୂମିକାରେ ନଜର ଆସିଛନ୍ତି । ଭରୁଥାପଡଥା, ଭଲିବର ସଙ୍ଗମ ଏବଂ କିଝାକ୍କୁ ଚିମାୟିଲେ ପରି ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହିତ ରସାଥି ନାମକ ଡେଲି ସୋପ ଏବଂ ବିଗ ବିସ ତାମିଲରେ ନଜର ଆସିଥିଲେ ଥବାସୀ ।