ମାତ୍ର ୩ ଦିନରେ ୧୦୦ କୋଟି ଟଙ୍କା ଆୟ କଲା ‘ମାଷ୍ଟର’

ମାତ୍ର ୩ ଦିନରେ ୧୦୦ କୋଟି ଟଙ୍କା ଆୟ କଲା ‘ମାଷ୍ଟର’

 ମାତ୍ର ୩ ଦିନରେ ୧୦୦ କୋଟି ଟଙ୍କା ଆୟ କଲା ‘ମାଷ୍ଟର’
ମୁମ୍ବାଇ : ଏବେ କରୋନା ସଂକ୍ରମଣ କମିଛି । ଫଳରେ ସିନେମା ହଲ ଖୋଲିବା ପାଇଁ ଅନୁମତି ମିଳିଛି । ତାହା ପୁଣି ମାତ୍ର ୫୦% ସାମର୍ଥ୍ୟରେ ଚାଲିବ । ତେବେ ଥାଲାପତି ବିଜୟ ଓ ବିଜୟ ସେତୁପତିଙ୍କ ‘ମାଷ୍ଟର’ ସିନେମା ଏଭଳି ସମୟରେ ବି ଧମାକାଦାର ବ୍ୟବସାୟ କରିଛି । ମାତ୍ର ୩ ଦିନରେ ସିନେମାଟି ୧୦୦ କୋଟି ଟଙ୍କା ଆୟ କରିପାରିଛି । ଚଳିତ ମାସ ୧୩ରେ ସିନେମାଟି ମୁକ୍ତିଲାଭ କରିଥିଲା । କିନ୍ତୁ ୩ ଦିନରେ ସିନେମାର ବ୍ୟବସାୟ ଏତେ ହେବବୋଲି ସିନେ ନିର୍ମାତା ବି ଭାବିନଥିଲେ । ଏହା ଏକ ନୂଆ ମାନଦଣ୍ଡ ବି ସୃଷ୍ଟି କରିଛି । ଯାହାକି ଅନ୍ୟ ସିନେ ନିର୍ମାତାଙ୍କୁ ବି ସ୍ୱାଭାବିକ ଭାବେ ଉତ୍ସାହିତ କରିଛି । ସୂଚନାଯୋଗ୍ୟଯେ, ତାମିଲନାଡ଼ୁର ୧୦୦୦ ଥିଏଟରରେ ଏହା ମୁକ୍ତିଲାଭ କରିଥିଲା । ୨୦୨୦ ଅପ୍ରେଲ ୯ରେ ଏହା ମୁକ୍ତିଲାଭ କରିବ ବୋଲି ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଲକଡାଉନ ପାଇଁ ଏହା ରିଲିଜି ହୋଇପାରିନଥିଲା । ଏହି ସିନେମାର ତେଲୁଗୁ, କନ୍ନଡ଼ ଓ ମାଲାୟଲାମ ଡବିଂ ବି ହୋଇଛି । ତେବେ ଉତର ଭାରତରେ ସିନେମାର କ୍ରେଜ ଥିବା ଅନୁଭବ କରି ଏହାର ହିନ୍ଦୀ ଡବ ବି କରାଯାଇଛି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ‘ମାଷ୍ଟର’ ୬୦୦ ଥିଏଟରରେ ମୁକ୍ତିଲାଭ କରିଛି । ସିନେମାର ହିନ୍ଦୀ ଡବିଂ ଜାନୁଆରୀ ୧୪ରେ ମୁକ୍ତିଲାଭ କରିଥିବାବେଳେ ୫୦୦ ଥିଏଟରରେ ସିନେମା ପ୍ରଦର୍ଶିତ ହେଉଛି ।