୨୧ ବର୍ଷ ପରେ ସଂଜୟଙ୍କ ସହିତ କାମ କରିବେ ଅଜୟ
୨୧ ବର୍ଷ ପରେ ସଂଜୟଙ୍କ ସହିତ କାମ କରିବେ ଅଜୟ
admin
Feb 10, 2021 - 10:48
Updated: Feb 10, 2021 - 10:48
ବି’ଟାଉନର ସିଙ୍ଘମ ଅଜୟ ଦେବଗନ ୨୧ ବର୍ଷ ପରେ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଳା ଭଂସାଲୀଙ୍କ ସହିତ କାମ କରିବେ । ସଂଜୟଙ୍କ ଆଗାମୀ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି’ ଚଳଚ୍ଚିତ୍ରରେ ସେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭାଇ କରିମ ଲାଲା ଚରିତ୍ରରେ ଅଭିନୟ କରିବେ । ଅଜୟ ୨୦୦୦ ମସିହାରେ ସଞ୍ଜୟଙ୍କ ଦ୍ୱାରା ନିର୍ମିତ ‘ହମ ଦିଲ ଦେ ଚୁକେ ସନମ’ ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ସଲମାନ ଖାନଙ୍କ ସହିତ ଅଭିନୟ କରିଥିଲେ । ସେହିଭଳି ଅଜୟ ଦୀର୍ଘ ୧୧ ବର୍ଷ ତଳେ ପ୍ରଥମ ଥର ପାଇଁ ‘ୱାନସ ଅପନ ଏ ଟାଇମ ଇନ ମୁମ୍ବାଇ’ ଚଳଚ୍ଚିତ୍ରରେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅବତୀର୍ଣ୍ଣ ହୋଇଥିଳେ । ଏହା ପରେ ଗଙ୍ଗୁବାଇରେ ସେ ଦ୍ୱିତୀୟ ଥର ପାଇଁ ଗ୍ୟାଙ୍ଗଷ୍ଟାର ଚରିତ୍ରରେ ଅଭିନୟ କରିବେ । ତେବେ ଅଜୟ ବର୍ତ୍ତମାନ ହାଇଦ୍ରାବାଦରେ ‘ମେ ଡେ’ ଚଳଚ୍ଚିତ୍ର ପାଇଁ ସୁଟିଂ କରୁଛନ୍ତି । ଚଳଚ୍ଚିତ୍ରର ସୁଟିଂ ଶେଷ ହେବା ପରେ ସେ ଗଙ୍ଗୁବାଇ ସୁଟିଂ ପାଇଁ ମୁମ୍ବାଇ ଯିବେ ।