ଗୋଟିଏ ଅଶ୍ଳୀଳ ଭିଡିଓ ପାଇଁ ୨୦ ହଜାର ଟଙ୍କା ଦେଉଥିଲେ ଗେହନା ବଶିଷ୍ଠ

ଗୋଟିଏ ଅଶ୍ଳୀଳ ଭିଡିଓ ପାଇଁ ୨୦ ହଜାର ଟଙ୍କା ଦେଉଥିଲେ ଗେହନା ବଶିଷ୍ଠ

ଗୋଟିଏ ଅଶ୍ଳୀଳ ଭିଡିଓ ପାଇଁ ୨୦ ହଜାର ଟଙ୍କା ଦେଉଥିଲେ ଗେହନା ବଶିଷ୍ଠ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି । ୱେବ ସିରିଜ ‘ଗନ୍ଦିବାତ’ରେ ବୋଲ୍ଡ ସିନ ଦେଇ ରାତାରାତି ଚର୍ଚ୍ଚିତ ହୋଇଥିବା ଗେହନାଙ୍କୁ ଗତ ୬ ତାରିଖରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପ୍ରପର୍ଟି ସେଲ ବିଭାଗ ଗିରଫ କରି ଅଧିକ ଖୋଳତାଡ଼ ପାଇଁ ୧୦ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା । ପଚରା ଉଚରାରେ ଗେହନା ଅଶ୍ଳୀଳ ଭିଡିଓ କରି ନିଜସ୍ୱ ୱେବସାଇଟରେ ଅପଲୋଡ କରୁଥିବା କହିଛନ୍ତି । ଯେଉଁ କଳାକାରମାନେ ଅଭିନୟ ପାଇଁ ସଂଘର୍ଷ କରନ୍ତି ଗେହନା ସେମାନଙ୍କୁ ଟଙ୍କା ଲାଳସା ଦେଇ ଅଶ୍ଳୀଳ ଭିଡିଓ ଅଭିନୟ କରିବା ପାଇଁ କୁହନ୍ତି । ଗୋଟିଏ ଅଶ୍ଳୀଳ ଭିଡିଓ ପିଛା ୨୦ ହଜାର ଟଙ୍କା ଦେଉଥିବା ପୁଲିସ କହିଛି । ତେବେ ତାଙ୍କ ଆକାଉଣ୍ଟରେ ଥିବା ୩୬ ଲକ୍ଷ ଟଙ୍କା ଅଶ୍ଳୀଳ ଭିଡିଓରୁ ଆୟ କରିଥିବା ପୁଲିସ ସନେ୍ଦହ କରୁଛି ।