୭୯ ବର୍ଷ ପୂର୍ବେ ରେଡିଓରେ ଗୀତ ଗାଇଥିଲେ ଲତା ମଙ୍ଗେସକର

୭୯ ବର୍ଷ ପୂର୍ବେ ରେଡିଓରେ ଗୀତ ଗାଇଥିଲେ ଲତା ମଙ୍ଗେସକର

୭୯ ବର୍ଷ ପୂର୍ବେ ରେଡିଓରେ ଗୀତ ଗାଇଥିଲେ ଲତା ମଙ୍ଗେସକର
ଭାରତୀୟ ଚଳଚ୍ଚିତ୍ର ଦୁନିଆରେ ସଙ୍ଗୀତର ବୁଲବୁଲ ଭାବେ ପରିଚିତ ଲତାମଙ୍ଗେସକର ୭୯ ବର୍ଷ ପୂର୍ବେ ରେଡିଓରେ ପ୍ରଥମ କରି ଗୀତ ଗାଇଥିଲେ । ଏ ନେଇ ସେ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ୧୯୪୧ ଡିସେମ୍ବର ୧୬ରେ ରେଡିଓରେ ଏକ ପ୍ୟାର କା ନଗମା ହେ ଗୀତ ଗାଇଥିଲେ । ଏହା ସହିତ ଆଉ ଏକ ନାଟ୍ୟଗୀତ ମଧ୍ୟ ଗାଇଥିଲେ । ତେବେ ଏହାକୁ ଶୁଣିବା ପରେ ଲତାଙ୍କ ବାପା ଦୀନନାଥ ମଙ୍ଗେସକର ଖୁବ ଖୁସି ହୋଇଥିବା ସେ ଟ୍ୱିଟ କରିଛନ୍ତି । ତେବେ ଲଗାତାର ଟ୍ୱିଟରରେ ସକି୍ରୟ ଥିବା ଲତା ଭଉଣୀ ଉଷା ମଙ୍ଗେସକରାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଲତା ହିନ୍ଦୀ ସମେତ ମରାଠୀ, ବେଙ୍ଗଲୀ ଓ ବହୁ ଆଞ୍ଚଳିକ ଭାଷାରେ ଗୀତ ଗାଇଛନ୍ତି ।