ଆଠ ସପ୍ତାହର ଶିଶୁକୁ ୧୬ କୋଟି ମୂଲ୍ୟର ଇଞ୍ଜେକସନ

ଆଠ ସପ୍ତାହର ଶିଶୁକୁ ୧୬ କୋଟି ମୂଲ୍ୟର ଇଞ୍ଜେକସନ

ଆଠ ସପ୍ତାହର ଶିଶୁକୁ ୧୬ କୋଟି ମୂଲ୍ୟର ଇଞ୍ଜେକସନ
ଲଣ୍ଡନ: ମାତ୍ର ଆଠ ସପ୍ତାହର ଶିଶୁ ଏଡୱାର୍ଡାଠାରେ ଦିଆଯାଇଛି ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକସନ । ଶିଶୁଟି ଜେନେଟିକ ସ୍ପାଇନାଲ ମସ୍କୁଲାର ଅଟ୍ରୋଫି ବା ଏସଏମଏ ନାମକ ରୋଗରେ ଆକ୍ରାନ୍ତ । ଯାହାକି କର୍କଟ ଅପେକ୍ଷା ବି ବିପଜ୍ଜନକ । ଏହା ଶରୀରରେ ଜିନଗତ ସମସ୍ୟା । ଶରୀରରେ ଏସଏମଏନ-୧ ଜିନର ଅଭାବ ହିଁ ଏହାର କାରଣ । ଏହି ରୋଗ ଦ୍ୱାରା ଛାତିର ମାଂସପେଶୀ ଦୁର୍ବଳ ହୋଇଯିବା ସହ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହି ରୋଗ ପ୍ରାୟତଃ ଶିଶୁଙ୍କଠାରେ ଦେଖା ଦେଇଥାଏ । ଏହି ରୋଗରେ ଆକ୍ରାନ୍ତ ଶିଶୁ ଜୀବିତ ରହିବା କଷ୍ଟକର । ବି୍ରଟେନର ବାର୍ଷିକ ପ୍ରାୟ ୬୦ ଶିଶୁଙ୍କ ଠାରେ ଏହି ରୋଗ ଚିହ୍ନଟ ହୋଇଥାଏ । ଏହାର ଚିକିତ୍ସା ପାଇଁ ନିଆଯାଉଥିବା ଇଞ୍ଜେକସନର ନାମ ଜୋଲଗେନେରମ୍ମା । ଆମେରିକା, ଜର୍ମାନୀ ଓ ଜାପାନରୁ ବି୍ରଟେନ ସରକାର ଏହାକୁ ମଗାଇଥାନ୍ତି । ରୋଗୀକୁ ଏହି ଇଞ୍ଜେକସନର ଗୋଟିଏ ଡୋଜ ଦିଆଯାଇଥାଏ । ୨୦୧୭ରେ ଏହି ଇଞ୍ଜେକସନର ଉଦ୍ଭାବନ ହୋଇଥିଲା ।