ଆଲିୟା ଏବେ ମନଦୁଃଖରେ ଅଛନ୍ତି

ଆଲିୟା ଏବେ ମନଦୁଃଖରେ ଅଛନ୍ତି

ଆଲିୟା ଏବେ ମନଦୁଃଖରେ ଅଛନ୍ତି
ଭାଇଜାନ ସଲମାନ ଖାନ୍ ଏବଂ ନିଦେ୍ର୍ଧଶକ ସଞ୍ଜୟ ଲୀଲା ଭନସାଲିଙ୍କ ମଧ୍ୟରେ ଉପୁଜିଥିବା ବିବାଦ କାରଣରୁ ବନ୍ଦ ହୋଇଛି ଫିଲ୍ମ ‘ଇନଶାଲ୍ଲାହ’ର ସୁଟିଂ । କେବେ ହେବ ସେକଥା ସ୍ପଷ୍ଟ ହୋଇନାହିଁ । ସେଥିପାଇଁ ସବୁଠୁ ବେଶି ମନଦୁଃଖ ଯଦି କାହାର ହୋଇଥାଏ ତେବେ ସେ ଜଣଙ୍କ ହେଉଛନ୍ତି ଆଲିୟା ଭଟ୍ଟ । ମନଦୁଃଖ ହେବ ନାହିଁ ବା କାହିଁକି ? ଏଥିରେ ଅଭିନୟ କରିବେ ବୋଲି ଆଲିୟା ଏକ ବଡ ପ୍ରୋଜେକ୍ଟ ହାତଛଡା କରିବାକୁ ପଛାଇ ନାହାନ୍ତି । ପ୍ରୋଜେକ୍ଟ ପୁଣି କାହାର ଜାଣନ୍ତି-ଆମିର ଖାନଙ୍କର । ଭାରତୀୟ ଧର୍ମଗୁରୁ ଓସୋଙ୍କ ବାୟୋପିକରେ ଅଭିନୟ କରିବାଳ ପାଇଁ ଆଲିୟାଙ୍କୁ କାଳେ ଅଫର ଦେଇଥିଲେ ଆମିର । କିନ୍ତୁ ହାତରେ ସେତେବେଳେ ଇନଶାଲ୍ଲାହ ଭଳି ବିଗ ବଜେଟ ମୁଭି ଥିବାରୁ ଆମିରଙ୍କ ପ୍ରସ୍ତାବ ଫେରାଇ ଦେଇଥିଲେ ଆଲିୟା । ଏବେ କିନ୍ତୁ ହାତରେ ନା ଅଛି ଆମିରଙ୍କ ଫିଲ୍ମ ନା ଇନଶାଲ୍ଲାହ । ପ୍ରଥମ ଥର ପାଇଁ ସଲମାନଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଥିଲା । ସେହି ସୁଯୋଗ ବି ହାତଛଡା ହୋଇଗଲା । ଆଲିୟା ତେଣୁ ଏବେ ମନଦୁଃଖରେ ଅଛନ୍ତି ।