ଚଳିତ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ଅସ୍ତ୍ର ଶସ୍ତ୍ର ଜମା କରିବାକୁ ପ୍ରଶାସନର ନିର୍ଦ୍ଦେଶ

ଚଳିତ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ଅସ୍ତ୍ର ଶସ୍ତ୍ର ଜମା କରିବାକୁ ପ୍ରଶାସନର ନିର୍ଦ୍ଦେଶ

ଚଳିତ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ଅସ୍ତ୍ର ଶସ୍ତ୍ର ଜମା କରିବାକୁ ପ୍ରଶାସନର ନିର୍ଦ୍ଦେଶ
ବାରିପଦା : ମୟୁରଭଞ୍ଜ ଜିଲାରେ ଆସନ୍ତା ସଧାରଣ ନିର୍ବାଚନ ୨୦୧୯ ସୁପରିଚାଳନା ଏବଂ ସର୍ବସାଧାରଣଙ୍କ ଶାନ୍ତିଶୃଙ୍ଖଳା ତଥା ସର୍ବୋପରି ନିର୍ବାଚନ ସମୟରେ ଏକ ସୁସ୍ଥ ଓ ଅନୁକୂଳ ପରିବେଶ ବଜାୟ ରଖିବା ଉଦେ୍ଧଶ୍ୟରେ ମୟୁରଭଞ୍ଜ ଜିଲାରେ ଯେଉଁମାନେ ଆର୍ମସ୍ ଆକ୍ଟ-୧୯୫୯ ବଳରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଆଦି ରଖିଛନ୍ତି ସେମାନେ ଆସନ୍ତା ସାଧାରଣ ନିର୍ବାଚନ ପ୍ରକ୍ରୀୟା ଶେଷ ହେବା ପର୍ଯ୍ୟନ୍ତ ନିଜର ବନ୍ଧୁକ, ଅସ୍ତ୍ରଶସ୍ତ୍ର, ଲାଇସେନ୍ସ ଆଦି ନିଜ ଅନ୍ତର୍ଗତ ଥାନା/ଜିଲା ଅସ୍ତ୍ରାଗାରରେ ଜମା କରିାବାପାଇଁ ପ୍ରଶାସନ ପକ୍ଷରୁ ଆଦେଶନାମା ଜାରି କରାଯାଇଅଛି । ଏଣୁ ମୟୁରଭଞ ଜିଲାର ସମସ୍ତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ, ଅସ୍ତ୍ରଶସ୍ତ୍ରଧାରୀମାନେ ଆସନ୍ତା ୧୫-୪-୨୦୧୯ ରିଖ ସୁଦ୍ଧା ନିଜ ଅଂଚଳ ଅନ୍ତର୍ଗତ ଥାନା, ଜିଲା ଅସ୍ତ୍ରାଗାରରେ ନିଜ ନିଜର ବନ୍ଧୁକ, ଅସ୍ତ୍ରଶସ୍ତ୍ର , ଲାଇସେନ୍ସ ଆଦି ଜମାଦେଇ ଉଦ୍ଧିଷ୍ଟଥିବା ପ୍ରାପ୍ତି ସ୍ୱୀକାର ଗ୍ରହଣ କରିବାପାଇଁ ଜିଲାପାଳ ତଥା ଜିଲା ମାଜିଷ୍ଟେଟ ମୟୁରଭଞ ବିନୀତ ଭରଦ୍ୱାଜ ନିର୍ଦ୍ଦେଶ ଦେଇଛନ୍ତି । ଏଥି ନିମନ୍ତେ ଆରକ୍ଷୀ ଅଧିକ୍ଷକ ମୟୁରଭଞ୍ଜ, ଜିଲାର ସମସ୍ତ ଉପଜିଲାପାଳ ତଥା ଉପଖଣ୍ଡ ମାଜଷ୍ଟେଟ, ଉପଖଣ୍ଡ ପୋଲିସ ଅଧିକାରୀ , ଡିଏସପି , ଆଇଆଇସି, ଓଆଇସି ପୋଲିସଙ୍କ ତତ୍ୱାବଧାନରେ ବିହୀତ ପଦକ୍ଷେପ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲାପାଳ ତଥା ଜିଲା ମାଜିଷ୍ଟେଟ ମୟୁରଭଞ୍ଜ ବିନୀତ ଭରଦ୍ୱାଜ ଗୁରୁତ୍ୱାରୋପ କରିଛନ୍ତି । ସୂଚନାଯୋଗ୍ୟ କି ଜିଲାରେ ୧୨୫ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଦିଆଯାଇଥିବା ବନ୍ଧୁକ, ଅସ୍ତ୍ରଶସ୍ତ୍ର, ଲାଇସେନ୍ସ ଥାନା ଜିଲା ଅସ୍ତ୍ରାଗାରରେ ଜମା କରିବାକୁ ପଡିବନାହିଁ ।