ଅଧିକ ହସିଲେ ହୋଇଥାଏ ଏହି ରୋଗ।

ଅଧିକ ହସିଲେ ହୋଇଥାଏ ଏହି ରୋଗ।

ଅଧିକ ହସିଲେ ହୋଇଥାଏ ଏହି ରୋଗ।
ଅଧିକ ହସିବା ଦ୍ୱାରା ମଣିଷକୁ ନାନା ବ୍ୟାଧି ଆକ୍ରମଣ କରିପାରେ; ଜୀବନ ବି ଯାଇପାରେ । ହାସ୍ୟ ମଣିଷ ପାଇଁ ଅତି ଉପକାରୀ ବୋଲି ଆଜି ଯାଏ ବିଶ୍ୱାସ କରାଯାଇଆସିଥିଲା । ହେଲେ ଅତ୍ୟଧିକ ହାସ୍ୟ ମଣିଷ ଶରୀରରେ ନାନା ସମସ୍ୟା ସୃଷ୍ଟି କରେ ବୋଲି ଏବେ କିଛି ଗବେଷକ କହୁଛନ୍ତି । ସେମାନଙ୍କ ଅଧ୍ୟୟନ ଫଳାଫଳ ‘ବ୍ରିଟିସ ମେଡିକାଲ ଜର୍ନାଲ’ରେ ପ୍ରକାଶ ପାଇଛି । ସେମାନଙ୍କ ସୂତ୍ରରୁ ପ୍ରକାଶ ଯେ, ହାସ୍ୟର ଉପକାରିତାଠାରୁ ଅପକାରିତା ଅଧିକ । ଏହା ଯୋଗୁଁ ହୃଦଘାତ ବି ହୋଇପାରେ । ଏହା ଦ୍ୱାରା ମୁହଁର ହନୁହାଡ଼ ବିଚ୍ୟୁତ ହୋଇଯାଇପାରେ; ଶ୍ୱାସରୋଗ ଆକ୍ରମଣ କରିପାରେ; ମୁଣ୍ଡବିନ୍ଧା ଓ ହାର୍ନିଆ ହୋଇପାରେ । ହସ ବନ୍ଦ କରି ନ ପାରି ପ୍ରାଣ ହରାଇଥିବା ମଣିଷଙ୍କର ବହୁ ଦୃଷ୍ଟାନ୍ତ ରହିଛି ।