କନ୍ଧମାଳ ସାଂସଦ କ୍ଷେତ୍ରପାଇଁ ୫ଜଣ, ଫୁଲବାଣୀ ବିଧାନସଭା ଆସନପାଇଁ ୮, ଜି.ଉଦୟଗିରି ୭ ଓ ବାଲିଗୁଡା ପାଇଁ ୬ଜଣଙ୍କ ପ୍ରାର୍ଥିତ୍ୱ କାଏମ
କନ୍ଧମାଳ ସାଂସଦ କ୍ଷେତ୍ରପାଇଁ ୫ଜଣ, ଫୁଲବାଣୀ ବିଧାନସଭା ଆସନପାଇଁ ୮, ଜି.ଉଦୟଗିରି ୭ ଓ ବାଲିଗୁଡା ପାଇଁ ୬ଜଣଙ୍କ ପ୍ରାର୍ଥିତ୍ୱ କାଏମ
admin
Mar 30, 2019 - 05:13
Updated: Mar 30, 2019 - 05:13
କନ୍ଧମାଳ: ସାଧାରଣ ନିର୍ବାଚନ-୨୦୧୯ର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ ୮୪-ଫୁଲବାଣୀ ବିଧାନ ସଭା ଆସନ ପାଇଁ ଯୋଗ୍ୟ ବିବେଚିତ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ଏବଂ ୮୨-ବାଲିଗୁଡ଼ା ବିଧାନ ସଭା ଆସନ ପାଇଁ ଯୋଗ୍ୟ ବିବେଚିତ ୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ୮୪-ଫୁଲବାଣୀ ବିଧାନ ସଭା ଆସନ ପାଇଁ ଯୋଗ୍ୟ ବିବେଚିତ ସ୍ୱାଧୀନ ପ୍ରାର୍ଥୀ ବୀରେନ୍ଦ୍ର କୁମାର କହଁର, ହେମନ୍ତ କହଁର ଓ ଚକ୍ରଧର କହଁର ଏବଂ ୮୨-ବାଲିଗୁଡ଼ା ବିଧାନ ସଭା ଆସନ ପାଇଁ ଯୋଗ୍ୟ ବିବେଚିତ ସ୍ୱାଧୀନ ପ୍ରାର୍ଥୀ ଶେଷଦେବ ପ୍ରଧାନ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଯାହା ଫଳରେ, ୧୩-କନ୍ଧମାଳ ସଂସଦୀୟ କ୍ଷେତ୍ର, ୮୨-ବାଲିଗୁଡ଼ା, ୮୩-ଘୁ.ଉଦୟଗିରି ଏବଂ ୮୪-ଫୁଲବାଣୀ ବିଧାନ ସଭା ଆସନ ପାଇଁ ଯଥାକ୍ରମେ ୫, ୬, ୭ ଓ ୮ ଜଣ ପ୍ରାର୍ଥୀ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ସମ୍ପୃକ୍ତ ରିଟଣ୍ଣିଂ ଅଧିକାରୀଙ୍କ ଦ୍ୱାରା ଆବଶ୍ୟକୀୟ ନିର୍ବାଚନୀ ଚିହ୍ନ/ସଙ୍କେତ ମଧ୍ୟ ପ୍ରଦାନ କରାଯାଇଛି । ୧୩-କନ୍ଧମାଳ ସଂସଦୀୟ କ୍ଷେତ୍ରର ରିଟଣ୍ଣିଂ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ତାଲିକା ଅନୁସାରେ ଉକ୍ତ ସଂସଦୀୟ କ୍ଷେତ୍ର ପାଇଁ ୫ ଜଣ ପ୍ରାର୍ଥୀ ଯଥା:- ବିଜୁ ଜନତା ଦଳର ଅଚ୍ୟୁତାନନ୍ଦ ସାମନ୍ତ, ବହୁଜନ ସମାଜ ପାର୍ଟିର ଅମିର ନାୟକ, ସି.ପି.ଆଇ. (ଏମ୍.ଏଲ୍.)ର ଟୁନା ମଳିକ, ଭାରତୀୟ ଜାତୀୟ କଂଗ୍ରେସର ମନୋଜ କୁମାର ଆଚାର୍ଯ୍ୟ ଏବଂ ଭାରତୀୟ ଜନତା ପାର୍ଟିର ମହାମେଘବାହନ ଐର ଖାରବେଳ ସ୍ୱାଇଁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଅନୁସୂଚୀତ ଜନଜାତି ସଂରକ୍ଷିତ ୮୨-ବାଲିଗୁଡ଼ା ବିଧାନ ସଭା କ୍ଷେତ୍ରର ରିଟଣ୍ଣିଂ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ତାଲିକା ଅନୁସାରେ ଉକ୍ତ ବିଧାନ ସଭା କ୍ଷେତ୍ର ପାଇଁ ୬ ଜଣ ପ୍ରାର୍ଥୀ ଯଥା:- ଭାରତୀୟ ଜାତୀୟ କଂଗ୍ରେସର ସିମନ ମଲ୍ଲିକ, ବିଜୁ ଜନତା ଦଳର ଚକ୍ରମଣି କହଁର, ଭାରତୀୟ ଜନତା ପାର୍ଟିର କରେନ୍ଦ୍ର ମାଝୀ, ହିନ୍ଦୁସ୍ଥାନ ନିର୍ମାଣ ଦଳର ସୁଷମା କହଁର, ବହୁଜନ ମୁକ୍ତି ପାର୍ଟିର ଜୟସିଂହ ମଲ୍ଲିକ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ୍ ପାର୍ଟିର କୁନାଳ ପ୍ରଧାନ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଅନୁସୂଚୀତ ଜନଜାତି ସଂରକ୍ଷିତ ୮୩-ଘୁ.ଉଦୟଗିରି ବିଧାନ ସଭା କ୍ଷେତ୍ର ର ରିଟଣ୍ଣିଂ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ତାଲିକା ଅନୁସାରେ ଉକ୍ତ ବିଧାନସଭା କ୍ଷେତ୍ର ପାଇଁ ୭ ଜଣ ପ୍ରାର୍ଥୀ ଯଥା:- ବିଜୁ ଜନତା ଦଳର ସାଲୁଗା ପ୍ରଧାନ, ଭାରତୀୟ ଜନତା ପାର୍ଟିର ଅର୍ଚ୍ଚନା ପ୍ରଧାନ, ଭାରତୀୟ ଜାତୀୟ କଂଗ୍ରେସର ଶ୍ୟାମଘନ ପ୍ରଧାନ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଆଶିଷ ମଲ୍ଲିକ ଏବଂ ସ୍ୱାଧୀନ ପ୍ରାର୍ଥୀ ପୁଷାରା କହଁର, ଜାକବ ପ୍ରଧାନ ଓ ପ୍ରତାପ କୁମାର ପ୍ରଧାନ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଅନୁସୂଚୀତ ଜନଜାତି ସଂରକ୍ଷିତ ୮୪-ଫୁଲବାଣୀ ବିଧାନ ସଭା କ୍ଷେତ୍ରର ରିଟଣ୍ଣିଂ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ତାଲିକା ଅନୁସାରେ ଉକ୍ତ ବିଧାନସଭା କ୍ଷେତ୍ର ପାଇଁ ପାଇଁ ୮ ଜଣ ପ୍ରାର୍ଥୀ ଯଥା:- ଭାରତୀୟ ଜାତୀୟ କଂଗ୍ରେସର କିଶୋର ଚନ୍ଦ୍ର କହଁର, ବିଜୁ ଜନତା ଦଳର ଅଙ୍ଗଦ କହଁର, ଭାରତୀୟ ଜନତା ପାର୍ଟିର ଦେବ ନାରାୟଣ ପ୍ରଧାନ, କଳିଙ୍ଗ ସେନାର ଅନନ୍ତ କହଁର ଏବଂ ସ୍ୱାଧୀନ ପ୍ରାର୍ଥୀ ପ୍ରେମଶୀଳା ଝାଙ୍କର, କୃଷ୍ଣ କହଁର, ନବୀନ ଚନ୍ଦ୍ର କହଁର, ଓ ଜଗଦୀଶ ପ୍ରଧାନ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ।