କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇପାରନ୍ତି ଶଶୀଭୂଷଣ

କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇପାରନ୍ତି ଶଶୀଭୂଷଣ

କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇପାରନ୍ତି ଶଶୀଭୂଷଣ
ଭୁବନେଶ୍ୱର: କେନ୍ଦ୍ରାପଡା ବିଧାନସଭା ଆସନରେ ବିଜେଡି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି । ବିଜେପି ଟାକି ବସିଛି ବିଜେଡି ପ୍ରାର୍ଥୀ ଘୋଷଣାକୁ । ପରସ୍ପର ବେଶ ଛକାପଞ୍ଝାରେ ଅଛନ୍ତି । କଂଗ୍ରେସ ଦୀର୍ଘ ଦିନ ତଳୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନାମ ଘୋଷଣା କରିସାରିଛି । ଗଣେଶ୍ୱର ନିର୍ବାଚନମଣ୍ଡଳୀର ଅଧାରୁ ଅଧିକ ଅଂଚଳ ପ୍ରଚାର କରି ସାରିଲେଣୀ । ହେଲେ ବିଜେଡି, ବିଜେପିର ଅଙ୍କ ଛିଡୁନି । କେନ୍ଦ୍ରାପଡା ବିଜେଡି ଟିକେଟ ପାଇଁ ଦୁଇ ଜଣ ପ୍ରମୁଖ ଦାବିଦାର ଅଛନ୍ତି । ଜଣେ ହେଲେ ବିଧାୟକ କୃଷ୍ଣଚନ୍ଦ୍ର ତରାଇ ଓ ଅନ୍ୟଜଣେ ବିଧାୟିକା ସିପ୍ରା ମଲ୍ଲିକ । ଉଭୟ ନବୀନ ନିବାସ ଆଗରେ ସମର୍ଥକଙ୍କୁ ଆଣି ଢ଼େର ଡ୍ରାମା କଲେଣି । ନବୀନ ଉଭୟଙ୍କୁ ମଧ୍ୟରୁ କପାହାକୁ ଭରସା କରିବେ ତାହା ନିଷ୍ପତି ନେଇ ପାରୁନାହାନ୍ତି । କେନ୍ଦ୍ରାପଡା ମାଟି ଦ୍ୱିତୀୟ ଓ ତୃତୀୟ ଲାଇନରେ ଯେଉଁ ଦାବିଦାର ମାନେ ଅଛନ୍ତି ସେମାନଙ୍କ ଉପରେ ମଧ୍ୟ ଭରସା ପାଉନି । ରେଳବାଇ ଚାକିର ଛାଡି ରାଜନୀତିରେ ପାଦ ଥାପିବାକୁ ଗୋଡ ଟେକିଥିବା ବରିଷ୍ଠ ସୂଚନା ଅଧିକାରୀ ନିରାକାର ଦାସ, ଯୁବନେତା ରାଜେଶ ଦାସ, ଦୁଷ୍ମନ୍ତ ମଲ୍ଲିକଙ୍କ ଭଳି ଆଶାୟୀଙ୍କ ଲମ୍ବା ଲାଇନ ରହିଛି । ଶୁଣିବାକୁ ମିଳୁଛି ଯେ ଦୁଇ ପ୍ରମୁଖ ଦାବିଦାରଙ୍କ ମଧ୍ୟରୁ ଯାହାର ଟିକେଟ କଟିବ ସେ ତକ୍ରାଳ ବିଜେପିରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କୁ କଡା ଟକ୍କର ଦେବେ । ଯଦି ତାହା ସତ ହୁଏ ତେବେ ବିଜେଡି ପାଇଁ ଅଧିକ ରିକ୍ସ ହେବ । ଏହି ମଉକାରେ ହୁଏତ କଂଗ୍ରେସ ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା ଜିତିଯିବେ । ଏବେ ଶଶିଭୂଷଣଙ୍କୁ ନେଇ ନୂଆ ଚର୍ଚ୍ଚା ଉଠିଛି । କଥା ଏବେ ଭୁବନେଶ୍ୱର ଦେଇ କେନ୍ଦ୍ରାପଡାରେ ପଂହଚିଲାଣି । ନିଜ ଆସନ ଜୟଦେବ ନିର୍ବାଚନ ମଣ୍ଡଳୀ ଅରବିନ୍ଦ ଢ଼ାଲିଙ୍କ ହାତରେ ଦଳ ଟେକିଦେବା ପରେ ସଂପୂର୍ଣ୍ଣ ନିରାଶ ହୋଇ ପଡିଛନ୍ତି ଶଶୀଭୂଷଣ । ଅବସ୍ୟ ଟିକେଟ ନପାଇ ମଧ୍ୟ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି । ସେଥିଲାଗି ନବୀନ ତାଙ୍କୁ ନାଖୁସି କରିବାକୁ ଚାହୁଁନାହାନ୍ତି । କେନ୍ଦ୍ରାପଡାରେ ତାଙ୍କୁ ଥାପିବା ଏକରକମ କସରତ ଆରମ୍ଭ ହୋଇଛି । ଶଶୀଭୂଷଣଙ୍କ ଶଶ୍ୱର ଘର କେନ୍ଦ୍ରାପଡାରେ ତେଣୁ ଗାଁ ଜ୍ୱାଇଁ ହିସାବରେ ତାଙ୍କ ପ୍ରାର୍ଥୀତ୍ୱ ନେଇ ସେତେଟା ବିରୋଧ ହୋଇ ନପାରେ । ତାଛଡା ହାଇ୍େରାଫାଇଲ ଲଢ଼େଇରେ ଅର୍ଥମନ୍ତ୍ରୀଙ୍କୁ ବାଜି ଲଗେଇ ବିଜେଡି ନିର୍ବାଚନକୁ ଆହୁରି ଓଜନିଆ କରିବାକୁ ଚାହୁଁଛି । ଅର୍ଥମନ୍ତ୍ରୀ କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇଛନ୍ତି ବୋଲି ପୁଣି ବିଜେଡିରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । କିଛି ଦଳୀୟ କର୍ମୀ ପତିଆରା ଦେଖାଇବାକୁ ସିଧା ଶଶୀଭୂଷଣଙ୍କ ଭୁବନେଶ୍ୱର ସ୍ଥିତ କ୍ୱାଟରରେ ପଂହଚି ସାରିଲେଣି । ଏପଟେ ପ୍ରମୁଖ ଟିକେଟ ଦାବିଦାରଙ୍କ କହିବା କଥା ହେଲା ବରଂ ବାହାର ଲୋକ ଟିକେଟ ପାଉ ଆମ ଭିତରୁ କାହାକୁ ନମିଳୁ । ତେବେ ସମସ୍ତେ ନବୀନଙ୍କ ନିଷ୍ପତିକୁ ଚାହିଁ ରହିଛନ୍ତି ।