ମୋଦୀଙ୍କ ଜୀବନୀ ଆଧାରିତ ଫିଲ୍ମ ‘ମନ ବୈରାଗୀ’

ମୋଦୀଙ୍କ ଜୀବନୀ ଆଧାରିତ ଫିଲ୍ମ ‘ମନ ବୈରାଗୀ’

ମୋଦୀଙ୍କ ଜୀବନୀ ଆଧାରିତ ଫିଲ୍ମ ‘ମନ ବୈରାଗୀ’
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଆଧାରିତ ଫିଲ୍ମ ‘ମନ ବୈରୀଗୀ’ର ପ୍ରଥମ ପୋଷ୍ଟର ଆସିଛି । ମୋଦିଙ୍କ ୬୯ ତମ ଜନ୍ମ ଦିନ (ସେପ୍ଟେମ୍ବର ୧୭ ତାରିଖ) ଅବସରରେ ଅଭିନେତା ଅକ୍ଷୟ କୁମାର ଏବଂ ପ୍ରଭାସଙ୍କ ଦ୍ୱାରା ଏହି ପୋଷ୍ଟର ଉନ୍ମୋଚିତ ହୋଇଛି । ଫିଲ୍ମର ପ୍ରଯୋଜନା କରିଛନ୍ତି ସଂଜୟ ଲୀଳା ଭଂସାଲୀ ଏବଂ ମହାବୀର ଜୈନ । ସଞ୍ଜୟ ତି୍ରପାଠୀ ଏହାର କାହାଣୀ ଲେଖିବା ସହିତ ନିଦେ୍ର୍ଧଶନା ଦେଇଛନ୍ତି । ମୋଦିଙ୍କ ଜୀବନରେ ଅକୁହା କଥା, ତରୁଣ ବୟସରେ ସଂଘର୍ଷପୂର୍ଣ୍ଣ ଜୀବନ ଓ ପରବର୍ତ୍ତୀ ସମୟରେ ଜୀବନର ପଥ ପରିବର୍ତ୍ତନ ଏବଂ ତାଙ୍କ ସଫଳତାର ରହସ୍ୟ ଏ ଫିଲ୍ମରେ ପ୍ରଦର୍ଶିତ । ଫିଲ୍ମର କାହାଣୀ ଯୁବପିଢ଼ିଙ୍କୁ ପ୍ରେରଣା ଦେବ । ଏକ ଘଣ୍ଟା ମଧ୍ୟରେ ଅବଧିର ଏହି ଫିଲ୍ମ, ବର୍ଷ ଶେଷ ଆଡ଼କୁ ମୁକ୍ତିଲାଭ କରିବ । ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ମୋଦିଙ୍କ ଶୈଶବ ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର, ‘ଚଲୋ ଜିତେ ହେ’ ମୁକ୍ତିଲାଭ କରିଥିଲା ଏବଂ ସେଇଟି ଏକ ବିଭାଗରେ ଜାତୀୟ ପୁରସ୍କାର ଲାଭ କରିଥିଲା ।