ମଣିଷ ପରି ରୋବଟ ବି ପ୍ରେମ କରିବ

ମଣିଷ ପରି ରୋବଟ ବି ପ୍ରେମ କରିବ

ମଣିଷ ପରି ରୋବଟ ବି ପ୍ରେମ କରିବ
ଦୁନିଆର ସବୁଠାରୁ ମିଠା ଶବ୍ଦ ହେଉଛି ପ୍ରେମ । ଯୁବକଯୁବତୀଙ୍କ ଲାଗି ପ୍ରେମ ଗୋଟିଏ ନିଆରା ଶବ୍ଦ । ପ୍ରେମରେ ପଡ଼ିଥିବା ଯୁବକ ମନର ମାନସୀକୁ ନିକଟରେ ନପାଇବା ଯାଏଁ ତା’ ଆଖିକୁ ନିଦ ହୁଏ ନାହିଁ, ଖାଇବାକୁ ଇଛା ହୁଏନି, ସମସ୍ତେ ଥାଇ ବି ଦୁନିଆ ଲାଗେ ଯେମିତି ଏକୁଟିଆ । ତେବେ ଦିନ ଆସୁଛି ଯୁବକମାନଙ୍କୁ ଆଉ ପ୍ରେମ ପାଇଁ ହତାଶ ହେବାକୁ ପଡ଼ିବନି । କଥା ହେଉଛି, ଆଗାମୀ ୨୦୨୫ ମସିହା ବେଳକୁ ଯୁବକମାନେ କୋଉ ଝିଅ ପଛରେ ନୁହେଁ, ପ୍ରେମ ପାଇଁ ରୋବଟ୍‍ ପଛରେ ପଡ଼ିଥିବେ । ଏ କଥା ଅବାସ୍ତବ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ । ୨୦୧୩ରେ ପ୍ରକାଶିତ ରିପୋର୍ଟ ଅନୁସାରେ ୯ ପ୍ରତିଶତ ବ୍ୟକ୍ତି ରୋବଟ୍‍ ସହ ଯୌନ ସମ୍ପର୍କ ସ୍ଥାପନ କରି ନିଜର ଖୁସି ତଥା ଆତ୍ମସନ୍ତୋଷ ଜାହିର କରିଛନ୍ତି । ଧୀରେ ଧୀରେ ଯୁବପିଢ଼ି ରୋବଟ୍‍କୁ ନିଜ ଜୀବନ ସାଥୀ କରିବା ଲାଗି ଆଗ୍ରହ ପ୍ରକାଶ କରୁଥିବାର ଦେଖାଯାଇଛି । ଏହା ଦ୍ୱାରା ଯୁବକମାନଙ୍କୁ ସଚ୍ଚା ପ୍ରେମ ମିଳୁଥିବାର କିଛି ଗବେଷକ କହିଛନ୍ତି । ପ୍ରେମ ଓ ଶାରୀରିକ ସୁଖ ପ୍ରଦାନ କରିପାରୁଥିବା ରୋବଟ୍‍ର ମସ୍ତିଷ୍କରେ ମାନବୀୟ ଭାବନାକୁ ସ୍ଥାନ ଦେବା ଲାଗି ସମ୍ପ୍ରତି ବୈଜ୍ଞାନିକମାନେ ପ୍ରଚେଷ୍ଟା ଜାରି ରଖିଛନ୍ତି । ୨୦୨୫ ମସିହା ବେଳକୁ ମଣିଷକୁ ପ୍ରେମ ଓ ଶାରୀରିକ ସୁଖ ପ୍ରଦାନ କରିବା ଲାଗି ସ୍ୱୟଂସମ୍ପୂର୍ଣ୍ଣ ରୋବଟ୍‍ ବଜାରରେ ପ୍ରବେଶ କରାଇବା ଲାଗି ବୈଜ୍ଞାନିକମାନେ ପ୍ରଚେଷ୍ଟା ଜାରି ରଖିଥିବା ଏକ ରିପୋର୍ଟରୁ ଜଣାଯାଇଛି ।