ପ୍ରେସର କୁକରରେ ଖାଦ୍ୟ ପ୍ରସ୍ତୁତି ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ଜାଣିରଖନ୍ତୁ
ପ୍ରେସର କୁକରରେ ଖାଦ୍ୟ ପ୍ରସ୍ତୁତି ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ଜାଣିରଖନ୍ତୁ
ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପ୍ରେସର କୁକର ସମସ୍ତଙ୍କ ରୋଷେଇ ଘରେ ରହିଥାଏ । ପ୍ରେସର କୁକରରେ ଭାତ ଠାରୁ ଆରମ୍ଭ କରି ଡାଲି, ଚିକେନ୍, ମାଂସ ଆଦି ପ୍ରସ୍ତୁତ କରିବା ପାଇଁ ଅଧିକାଂଶ ଲୋକ ବ୍ୟବହାର କରି ଥାଆନ୍ତି । ତେବେ ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ ସ୍ୱାସ୍ଥ୍ୟକର ଆସନ୍ତୁ ଜାଣିବା । ଏହା ଏଭଳି ଏକ ଉପାୟ ଯାହାକି ବନ୍ଦ ଷ୍ଟିମ୍ ଅର୍ଥାତ ବାମ୍ଫ ଜରିଆରେ ଖାଦ୍ୟ ପଦାର୍ଥକୁ ପ୍ରସ୍ତୁତ କରାଯାଇଥାଏ । କୁକର ଭିତରେ ଥିବା ପାଣିକୁ ଯେତେବେଳେ ଗରମ କରାଯାଏ ତାହାର ପ୍ରେସର ବଢ଼ିଥାଏ ଓ ବାମ୍ଫ ଜରିଆରେ ଖାଦ୍ୟ ତିଆରି ଶୀଘ୍ର ତିଆରି ହୋଇଥାଏ ।
କେତେକ ଲୋକଙ୍କ ଧାରଣା ପ୍ରେସର କୁକରରେ ଅଧିକ ତାପମାତ୍ରାରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଯାହା ଶରୀର ପାଇଁ ଠିକ୍ ହୋଇ ନଥାଏ । କାରଣ ଅଧିକ ତାପମାତ୍ରାରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଆଉ କେତେକ ଲୋକଙ୍କ ଧାରଣା ରୋଷେଇ କରିବାର ଏହି ପଦ୍ଧତି ସ୍ୱାସ୍ଥ୍ୟକର ଅଟେ। କାରଣ ଖାଦ୍ୟ ବାମ୍ଫ ଦ୍ୱାରା ପ୍ରସ୍ତୁତ ହେଉଥିବାରୁ ଏଥିରେ ଥିବା ପୋଷାକ ତତ୍ତ୍ୱ ମହଜୁଦ ରହିଥାଏ । ବିଶେଷଜ୍ଞଙ୍କ ଅନୁସାରେ, ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ପୋଷକ ତତ୍ତ୍ୱ ନଷ୍ଟ ହୋଇ ନଥାଏ। ଯଦି ପନିପରିବାକୁ ଅନ୍ୟ କୌଣସି ବାସନରେ ସିଝା ଯାଏ ଏଥିପାଇଁ ଅଧିକ ଗରମ କରିବା ସହିତ ଅଧିକ ସମୟ ଲାଗିଥାଏ । ତେଣୁ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ ।
ପ୍ରେସର କୁକର ପ୍ରତ୍ୟେକ ଖାଦ୍ୟ ପଦାର୍ଥ ପାଇଁ ଅଲଗା ଭାବେ କାମ କରିଥାଏ । ଉଦାହରଣ ସ୍ୱରୂପ- କୁକରରେ ପ୍ରସ୍ତୁତ ଭାତ ଓ ହାଣ୍ଡିରେ ପ୍ରସ୍ତୁତ ହେଉଥିବା ଭାତ ତୁଳନାରେ ଅଧିକ ଭାରୀ ରହିଥାଏ। ପ୍ରେସର କୁକୁରରେ ପ୍ରସ୍ତୁତ ହେଉଥିବା ବିଲାତିବାଇଗଣ ଅଧିକ ସ୍ୱାସ୍ଥ୍ୟକର ରହିଥାଏ । ସେହିପରି କୁକରରେ ପ୍ରସ୍ତୁତ ମାଂସ ଖାଇବା ଦ୍ୱାରା ସହଜରେ ହଜମ ହୋଇଥାଏ । ଅନ୍ୟପକ୍ଷରେ ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଭାତ, ଆଳୁ ଓ ପାସ୍ତାରେ ଏକ୍ରିଲାମାଇଡ୍ ନାମକ ହାନିକାରକ କ୍ୟାମିକାଲ ଜାତ ହୋଇଥାଏ । ଏହାକୁ ନିୟମିତ ରୁପେ ଖାଇବା ଦ୍ୱାରା ନପୁଂସକ, କର୍କଟ ଆଦି ହେବାର ଆଶଙ୍କା ଅଧିକ ରହିଥାଏ ।