ରଣବୀରଙ୍କୁ ଭୁଲିଗଲେ ଦୀପିକା!

ରଣବୀରଙ୍କୁ ଭୁଲିଗଲେ ଦୀପିକା!

ରଣବୀରଙ୍କୁ ଭୁଲିଗଲେ ଦୀପିକା!
ଦୀପିକା ପାଦୁାକୋଣ-ରଣବୀର ସିଂହ ବଲିଉଡ଼ର ଅନ୍ୟତମ ଚର୍ଚ୍ଚିତ ଦମ୍ପତି । ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଏମାନେ ଗଲା ବର୍ଷ ସ୍ୱୀକୃତି ଦେଇଥିଲେ ଏବଂ ବିବାହ କରିଥିଲେ । ଦୁହେଁ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି । ତେବେ, ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ଦୀପିକା, ନିଜକୁ ବିବାହିତା ବୋଲି କହିବାକୁ ଭୁଲିଯାଇ ଚର୍ଚ୍ଚାକୁ ଆସିଛନ୍ତି । ସେହି ସମୟରେ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଦୀପିକା କହିଥିଲେ “ମୁଁ ଜଣେ ଝିଅ, ଜଣେ ଭଉଣୀ, ଜଣେ ଅଭିନେତ୍ରୀ ।” କାର୍ଯ୍ୟକ୍ରମ ଉପସ୍ଥାପକ ପଚାରିଥିଲେ “ଜଣେ ସ୍ତ୍ରୀ ନୁହନ୍ତି କି?” ହଠାତ୍ ଦୀପିକାଙ୍କ ଜ୍ଞାନ ଉଦୟ ହୋଇଥିଲା । ହସିହସି କହିଥିଲେ- ‘ହେ ଭଗବାନ, ଭୁଲିଗଲି, ମୁଁ ମଧ୍ୟ ଜଣେ ସ୍ତ୍ରୀ ।’ ସେହି କାର୍ଯ୍ୟକ୍ରମରେ ରଣବୀର ଉପସ୍ଥିତ ଥିଲେ କି ନା, ତାହା ଅଜଣା ।