ରାତିରେ କପଡ଼ା ଶୁଖାଉଛ କି...

ରାତିରେ କପଡ଼ା ଶୁଖାଉଛ କି...

ରାତିରେ କପଡ଼ା ଶୁଖାଉଛ କି...

ଅଧିକତଃ ସହରରେ ରହୁଥିବା ଲୋକଙ୍କ ପାଖରେ କାମ ଅଧିକ ଥାଏ ମାତ୍ର ସେହି ତୁଳନାରେ ସମୟ କମ୍ ଥାଏ। ତେଣୁ କିଛି କାମ ରଖିଦିଅନ୍ତି ଯାହାକୁ ରାତିରେ କରିବାକୁ ସେମାନେ ପସନ୍ଦ କରିଥାନ୍ତି। ସେଥିମଧ୍ୟରୁ ଏମିତି ଏକ କାମ ହେଉଛି କପଡ଼ା ଧୋଇବା। କିଛି ସହରୀ ଲୋକ ଅଛନ୍ତି ରାତି ସମୟରେ କପଡ଼ା ଧୋଇ ଥାନ୍ତି। ଯଦି ଆପଣ ବି ସେମିତି କରୁଛନ୍ତି ତେବେ ଭୁଲରେ ବି କରନ୍ତୁ ନାହିଁ। ପଡ଼ିପାରନ୍ତି ଅସୁବିଧାରେ..


ବାସ୍ତୁ ଅନୁସାରେ, ସୂର୍ୟ୍ୟ କିରଣ ପଡ଼ୁଥିବା ସମୟରେ କପଡ଼ା ଧୋଇ ଶୁଖାଇଲେ କପଡ଼ାରୁ ନକରାତ୍ମକ ଶକ୍ତି ବାହାରି ଯାଇଥାଏ ଏବଂ ସୁର୍ୟ୍ୟ କିରଣ ପଡ଼ିଲେ କପଡ଼ାରେ ଏକ ନୂଆ ଶକ୍ତି ଜାଗ୍ରୃତ ହୋଇଥାଏ। କିନ୍ତୁ ଯେବେ ଆପଣ ରାତିରେ କପଡ଼ା ଶୁଖାଇବେ ତେବେ ଚନ୍ଦ୍ରର ଆଲୁଆରେ ନକରାତ୍ମକ ଶକ୍ତି ବାହାରିପାରିନଥାଏ।


ଦ୍ବିତୀୟ କାରଣ ହେଉଛି, ସୂର୍ୟ୍ୟ କିରଣରେ କପଡ଼ା ଶୁଖାଇଲେ କପଡ଼ାରେ ଥିବା କୀଟାଣୁ ଏବଂ ହାନିକାରକ ଜୀବ ନଷ୍ଟ ହୋଇଯାଇଥାଏ। ମାତ୍ର ରାତିରେ କପଡ଼ା ଶୁଖାଇଲେ ସୁର୍ୟ୍ୟଙ୍କ କିରଣ ନ ପଡ଼ିବା ଫଳରେ କପଡ଼ା ଶୁଖି ତ ଯାଏ କିନ୍ତୁ ସେଥିରୁ ନକରାତ୍ମକ ଶକ୍ତି ବାହାରିପାରିନଥାଏ। ଯାହାକୁ ଆଗକୁ ଯାଇ ଶରୀରରେ ଏକ ଘାତକ ରୋଗକୁ ଆଣିଥାଏ।