ଝିଅ ପଟାଇବାକୁ ଚାହୁଁଛନ୍ତି କି ତାହାହେଲେ ଏହି ସୂତ୍ର ଅବଲମ୍ବନ କରନ୍ତୁ

ଝିଅ ପଟାଇବାକୁ ଚାହୁଁଛନ୍ତି କି ତାହାହେଲେ ଏହି ସୂତ୍ର ଅବଲମ୍ବନ କରନ୍ତୁ

ଝିଅ ପଟାଇବାକୁ ଚାହୁଁଛନ୍ତି କି ତାହାହେଲେ ଏହି ସୂତ୍ର ଅବଲମ୍ବନ କରନ୍ତୁ

ବ୍ୟକ୍ତିଗତ ଜୀବନରେ ସମସ୍ତେ କାହାକୁ ନା କାହାକୁ ପସନ୍ଦ କରିଥାନ୍ତି । ତେବେ ପସନ୍ଦ କରୁଥିବା ଲୋକଙ୍କୁ ଇମ୍ପ୍ରେସ କରିବାରେ ସମସ୍ତେ ପ୍ରଭାବିତ ହୋଇନଥାନ୍ତି । ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏପରିକି ବେଳେବେଳେ ପରିଶ୍ରମ ମଧ୍ୟ ବୃଥା ଯାଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ଲାଇଫ୍ କୋଚ୍ ଫ୍ରାନ୍ସେସ୍କା କିଛି ଟିପ୍ସ ପ୍ରଦାନ କରିଛନ୍ତି । ଏହି ଟିପ୍ସ ଦ୍ୱାରା ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇଯାଇଥାଏ । ଏହି ଟିପ୍ସ ଗୁଡିକ ମଣିଷର ମନସ୍ତତ୍ୱ ସହିତ ଜଡିତ ବୋଲି ଫ୍ରାନ୍ସେସ୍କା କହିଛନ୍ତି ।

ବେଞ୍ଜାମିନ ଫ୍ରାଙ୍କଲିନ୍ ଇଫେକ୍ଟ: ଆପଣ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ଉପରେ ଆପଣ ଏହି ଫର୍ମୂଲାର ଉପଯୋଗ କରି ପାରିବେ । ଯାହାକୁ ଆପଣ ପସନ୍ଦ କରନ୍ତି ତାଙ୍କର ସାହାଯ୍ୟ ମାଗନ୍ତୁ । ଏହାଦ୍ୱାରା ସାମ୍ନାରେ ରହିଥିବା ବ୍ୟକ୍ତି ଆପଣଙ୍କୁ ନିଜର ଫ୍ୟାନ୍ ବୋଲି ଭାବିଥାଏ । ଏହାକୁ ମନସ୍ତତ୍ୱରେ ବେଞ୍ଜାମିନ ଫ୍ରାଙ୍କଲିନ୍ ଇଫେକ୍ଟ ବୋଲି କୁହାଯାଇଥାଏ । ଛୋଟ ଛୋଟ ଜିନିଷରେ ସହାୟତା ମାଗିବା ଦ୍ୱାରା ଆପଣ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସାମ୍ନା ଲୋକ ମନରେ ଧାରଣା ସୃଷ୍ଟି ହୋଇଥାଏ ବୋଲି ଫ୍ରାନ୍ସେସ୍କା କହିଛନ୍ତି ।

ନାଁ ଧରି ଡାକନ୍ତୁ: ସର୍ବଦା ଆପଣ ପସନ୍ଦ କରୁଥିବା ଲୋକକୁ ନାଁ ଧରି ଡାକନ୍ତୁ । ନିଜ ନାଁ ଅନ୍ୟ ମୁହଁରୁ ଶୁଣିବା ସମସ୍ତଙ୍କୁ ଆନନ୍ଦ ଦେଇଥାଏ । ଯେତେବେଳେ ଆପଣ କଥା ହେଉଛନ୍ତି ତେବେ ଉତ୍ତର ଦେବା ପୂର୍ବରୁ କିଛି ସେକେଣ୍ଡ ପ୍ରତୀକ୍ଷା କରନ୍ତୁ ବୋଲି ଫ୍ରାନ୍ସେସ୍କା କହିଛନ୍ତି । ଏପରି କରିବା ଦ୍ୱାରା ଆପଣଙ୍କ ଉତ୍ତର ସାମ୍ନା ବାଲାଙ୍କୁ ପ୍ରଭାବିତ କରିଥାଏ । ଏହା ଦ୍ୱାରା ଆପଣ ସାମ୍ନା ବାଲାଙ୍କ କଥା ମଧ୍ୟ ଶୁଣିଥାନ୍ତି ଯାହା ତାଙ୍କୁ କିଛି ମାତ୍ରାରେ ପ୍ରଭାବିତ କରିଥାଏ ।

ଆଚରଣର ନକଲ କରନ୍ତୁ: ଆପଣ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ହାବ ଭାବ(ବଡି ଲାଙ୍ଗୁଏଜ୍)ର ନକଲ କରନ୍ତୁ । ଏପରି କରିବା ଦ୍ୱାରା ସାମ୍ନା ବାଲାଙ୍କୁ ଅନୁଭବ ହୁଏ କି ଆପଣ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ଆଉ ସେ ଆପଣଙ୍କ ଉପରେ ବିଶ୍ୱାସ ମଧ୍ୟ କରିଥାନ୍ତି । ସର୍ବଦା ପସନ୍ଦ କରୁଥିବା ବ୍ୟକ୍ତିଙ୍କ ଭଲ ଗୁଣ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସମୟ ସମୟରେ ପ୍ରଶଂସା ମଧ୍ୟ କରନ୍ତୁ । ଏହା ଦ୍ୱାରା ପସନ୍ଦ କରୁଥିବା ବ୍ୟକ୍ତି ଇମ୍ପ୍ରେସ ହେବା ସହିତ ତାଙ୍କ ମନରେ ଆପଣଙ୍କର ଏକ ଭଲ ଛବି ସୃଷ୍ଟି ହୋଇଥାଏ ।