କନ୍ଧମାଳ ଲୋକସଭା ଆସନ : ପ୍ରଚାର ସରିବାକୁ ମାତ୍ର ଗୋଟିଏ ଦିନ ବାକି , ବିଜେପି, ବିଜେଡି, କଂଗ୍ରେସ ମଧ୍ୟରେ କଡା ଟକ୍କର

କନ୍ଧମାଳ ଲୋକସଭା ଆସନ : ପ୍ରଚାର ସରିବାକୁ ମାତ୍ର ଗୋଟିଏ ଦିନ ବାକି , ବିଜେପି, ବିଜେଡି, କଂଗ୍ରେସ ମଧ୍ୟରେ କଡା ଟକ୍କର

କନ୍ଧମାଳ ଲୋକସଭା ଆସନ : ପ୍ରଚାର ସରିବାକୁ ମାତ୍ର ଗୋଟିଏ ଦିନ  ବାକି , ବିଜେପି, ବିଜେଡି, କଂଗ୍ରେସ ମଧ୍ୟରେ କଡା ଟକ୍କର
କନ୍ଧମାଳ : ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରକୁ ଆଉମାତ୍ର ଗୋଟିଏ ଦିନ ହାତରେ ରହିଲା । କନ୍ଧମାଳ ଲୋକସଭା ଆସନ ସମେତ ଜିଲ୍ଲାର ଫୁଲବାଣୀ ବିଧାନସଭା, ବାଲିଗୁଡା ବିଧାନସଭା ଓ ଜି.ଉଦୟଗିରି ବିଧାନସଭା ଆସନରେ କଡା ଟକ୍କର ଦେଖିବାକୁ ମିଳୁଛି । କେଉଁଠି ବିଜେଡି-ବିଜେପି ମଧ୍ୟରେ ତ ଆଉ କେଉଁଠି ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ଦେଖାଦେଇଛି । ବିଭିନ୍ନ ଦଳର ମୁଖିଆ ତଥା ଷ୍ଟାର ପ୍ରଚାରକ ମାନେ ଆସି ନିଜ ନିଜ ପ୍ରାର୍ଥୀ ସପକ୍ଷରେ ଭୋଟ ପ୍ରଚାର କରି ଫେରି ଯାଇଥିବା ବେଳେ ଆଜି ଭାରତୀୟ ଜନତାପାର୍ଟିର ଯୋଗୀ ଆଦିତ୍ୟନାଥ ଆସି ଫୁଲବାଣୀଠାରେ ଲୋକଙ୍କୁ ଭାଜପା ସରକାରଙ୍କ ବିଭିନ୍ନ ଜନହୀତକାରୀ କାର୍ଯ୍ୟକଳାପ ସହିତ ରାଜ୍ୟ ବିଜେଡି ସରକାରଙ୍କ ବିରୋଧରେ ବଖାଣି ଚାଲିଯାଇଛନ୍ତି । ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପଂହଚିଛି । ସବୁଦଳର ପ୍ରାର୍ଥୀମାନେ ଏବେ ଭୋଟର ମାନଙ୍କ ପାଖରେ କିପରି ଅଧିକାରୁ ଅଧିକା ପଂହଚି ପ୍ରଚାର କରିବେ ସେଥିପାଇଁ ଯୋର ଲଗାଇ ଦେଇଛନ୍ତି । କନ୍ଧମାଳ ଲୋକସଭା ଆସନଟି ଦୀର୍ଘବର୍ଷ ଧରି ଶାସକ ବିଜେଡି ହାତରେ ରହିଛି । ଏଥର ବି ହାତଛଡା କରିବାକୁ ଚାହୁଁନି ଦଳ । ବିଜେଡି ଲୋକସଭା ପ୍ରାର୍ଥୀ ଡା.ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ, ବାଲିଗୁଡା, ଜି.ଉଦୟଗିରି ବିଧାନସଭା ପ୍ରାର୍ଥୀ ମାନଙ୍କ ପାଇଁ ଦୁଇଦୁଇଥର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୧୦ ଓ ୧୩ ରେ ପ୍ରଚାର କରି ଫେରି ଯାଇଥିବା ବେଳେ ଆଜି ଫୁଲବାଣୀରେ ସଂନ୍ଧ୍ୟାରେ ଏକ ବିରାଟ ବାଇକରାଲିରେ ଓଡିଆ ସିନେତାରକା ମାନଙ୍କୁ ନେଇ ପ୍ରଚାର କରିଛନ୍ତି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଇ ଦୁଇ ଥର ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଫେରି ଯାଇଛନ୍ତି । କଂଗ୍ରେସର ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଛତିଶଗଡ ମନ୍ତ୍ରୀ ମଧ୍ୟ ଫୁଲବାଣୀ ଆସି ପ୍ରଚାର କରି ଫେରିଯାଇଛନ୍ତି । ତିନି ପ୍ରମୁଖ ଦଳର ପ୍ରର୍ଥୀମାନେ ତାଙ୍କ ସମର୍ଥକ ଓ କର୍ମୀଙ୍କୁ ଧରି ଯୋରଦାର ପ୍ରଚାର ଚଳାଇଛନ୍ତି । ଭୋକ ଶୋଷ ଭୁଲି ଟାଣ ଖରାକୁ ଖାତିର ନକରି ଦିନରାତି ଏକ କରି ପ୍ରଚାର ଚଳାଇଛନ୍ତି । କନ୍ଧମାଳ ଲୋକସଭା ଆସନରେ ଯଦିଓ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ, ପ୍ରତିଦ୍ୱନ୍ଦିତା କେବଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ । ବହୁଜନ ସମାଜ ପ୍ରାର୍ଥୀ ଅମିର ନାୟକ କାଁ ଭାଁ ପ୍ରଚାର କରୁଥିବା ବେଳେ ସିପିଆଇଏମଏଲ ପ୍ରାର୍ଥୀ ଟୁନା ମଲିକଙ୍କ ପ୍ରଚାର ଜମା ଦେଖିବାକୁ ମିଳୁନାହିିଁ । ବିଜେଡି ଲୋକସଭା ପ୍ରାର୍ଥୀ ଡା.ଅଚ୍ୟୁତ ସାମନ୍ତଙ୍କ ବର୍ତମାନ ସୁଦ୍ଧା ସ୍ଥିତି ଭଲଥିବା ଦେଖାଯାଉଛି । ପ୍ରଚାରରେ ବି ବିଜେଡି ଆଗୁଆ ଟିକିଏ ରହିଛି । ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁ ମଧ୍ୟ ଯୋରଦାର ପ୍ରଚାର କରୁଛନ୍ତି । ସେ ବି କଡା ଟକ୍କର ଦେଉଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ସାମନ୍ତଙ୍କୁ । ପୂର୍ବାପେକ୍ଷା ବିଜେପିର ସ୍ଥିତି ସୁଦୃଢ ହେଉଥିବାରୁ ବିଜେପି ନେତାମାନେ ଆଗ୍ରହର ସହ ଭୋଟ ପ୍ରଚାରକୁ ଯୋରଦାର କରିଛନ୍ତି । କର୍ମୀମାନଙ୍କ ପାଖରେ ଆବଶ୍ୟକ ଅର୍ଥ ପଂହଚିପାରୁନଥିବାରୁ ଅସନ୍ତୋଷ ଦେଖାଦେଇଛି କର୍ମୀ ମହଲରେ । କଂଗ୍ରେସର ଯୁବନେତା ମନୋଜ ଆଚାର୍ଯ୍ୟ ବି ପ୍ରଚାରକୁ ଯୋରଦାର କରିଥିଲେ ମଧ୍ୟ କିଛି ପୁରୁଖାନେତା ଦଳ ଛାଡିବା ସହ ଆଉକିଛି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ ମାନେ ସମର୍ଥନ କରୁନଥିବା କିମ୍ବା ଭୋଟ ପ୍ରଚାରରେ ସାମିଲ ହୋଇନଥିବା ଦେଖିବାକୁ ମିଳୁଛି । ଫଳରେ ପ୍ରଚାରରେ କଂଗ୍ରେସ ଅନ୍ୟ ଦୁଇଦଳ ଅପେକ୍ଷା ପଛରେ ପଡିଯାଇଛି । ତେବେ, କଂଗ୍ରେସର କିଛି ପାରମ୍ପରିକ ଭୋଟବ୍ୟାଙ୍କ ରହିଛି ସେସବୁ ଭୋଟ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଯିବ ନିଶ୍ଚିତ । ମନୋଜ ସ୍ଥାନୀୟ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ ୨ ପ୍ରମୁଖ ଦଳର ସାଂସଦ ପ୍ରାର୍ଥୀ ଦୁଇଜଣ ଜିଲ୍ଲା ବାହାରର । ଏଣୁ, ସ୍ଥାନୀୟ ଲୋକଙ୍କ ପ୍ରଥମ ପସନ୍ଦ ମନୋଜ ହେବେ ଆଉ ଅଧିକା ଭୋଟ ପାଇବେ ବୋଲି ଆଶାବାଦୀ ଅଛନ୍ତି । ଫୁଲବାଣୀ, ବାଲିଗୁଡା, ଜି.ଉଦୟଗିରି, ଭଂଜନଗର, ବୋ÷ଦ୍ଧ, ଦଶପଲ୍ଲା, କଂଟାମାଳ ଏହିପରି ମୋଟ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ କନ୍ଧମାଳ ଲୋକସଭା ଆସନ । ଏଠାରେ ଆସନ୍ତା ୧୮ ରେ ଭୋଟ ଗ୍ରହଣ ହେବ ଓ ମେ ୨୩ ରେ ଭୋଟ ଗଣତି ପରେ କିଏ ଜିତିବ ଓ କିଏ ହାରିବ ତାହା ସ୍ପଷ୍ଟ ହୋଇଯିବ ।