ଜାଣନ୍ତୁ ଏମିତି ଏକ ବଜାର ଅଛି ଯେଉଁ ବଜାରରେ କନ୍ୟା ବିକ୍ରି ହୁଅନ୍ତି

ଜାଣନ୍ତୁ ଏମିତି ଏକ ବଜାର ଅଛି ଯେଉଁ ବଜାରରେ କନ୍ୟା ବିକ୍ରି ହୁଅନ୍ତି

ଜାଣନ୍ତୁ ଏମିତି ଏକ ବଜାର ଅଛି ଯେଉଁ ବଜାରରେ କନ୍ୟା ବିକ୍ରି ହୁଅନ୍ତି
ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ସଂସ୍କୃତି ରହିଛି । ବୁଲଗେରିଆର ‘ଷ୍ଟାରା ଜାଗୋର’ ନାମକ ଏକ ବଜାର ରହିଛି । ଏହି ବଜାରରେ କୌଣସି ପରିବା ବା ସଉଦା ନୁହେଁ କନ୍ୟା ମିଳିଥାନ୍ତି । କନ୍ୟା ନିଜ ପରିବାରଙ୍କ ସହିତ ଏହି ବଜାରରେ ଉପସ୍ଥିତ ରହିଥାନ୍ତି । ଏହା ପରେ ବର ନିଜ ପରିବାରଙ୍କ ସହିତ ଆସି ଅର୍ଥ ଦେଇ କନ୍ୟାକୁ କିଣିଥାନ୍ତି । ତେବେ ଏହି ବଜାର ସବୁ ଦିନ ଖୋଲିନଥାଏ । ବର୍ଷକୁ ତିନି ଥର ଖୋଲିଥାଏ । ସ୍ଥାନୀୟ ଇତିହାସ ଅନୁସାରେ, ପୂର୍ବରୁ ଗରିବ ପରିବାର ନିଜ ଝିଅର ବିବାହ କରିପାରୁନଥିଲେ । ଏଣୁ ହୋଙ୍ଗ ରାଜାଙ୍କ ନିଜ ରାଜ୍ୟ ଗରିବ ଝିଅମାନଙ୍କ ବିବାହ ପାଇଁ ଏକ ବଜାର ଖୋଲିଥିଲେ । ସେଠାରେ ବିଭିନ୍ନ ରାଜ୍ୟର ପୁଅ ଆସି ଅର୍ଥ ଦେଇ ଝିଅଙ୍କୁ ବିବାହ କରୁଥିଲେ । ଏହି ପ୍ରଥା ଆଜି ପର୍ଯ୍ୟନ୍ତ ବି ଚାଲୁଛି । ଗରିବ ଝିଅମାନଙ୍କ ସହିତ ଧନୀ ଘରର ଝିଅମାନେ ମଧ୍ୟ ଏ ବଜାରରେ ନିଜ ପରିବାରଙ୍କ ସହିତ ଆସି ବିବାହ କରିଥାନ୍ତି ।