ସୁଶାନ୍ତ ସିଂ ରାଜପୁତ ମାମଲା : ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶ

ସୁଶାନ୍ତ ସିଂ ରାଜପୁତ ମାମଲା : ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶ

ସୁଶାନ୍ତ ସିଂ ରାଜପୁତ ମାମଲା : ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶ
ପାଟନା : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ପୁଣି ଏକ ନୂତନ ମୋଡ ଦେଖିବାକୁ ମିଳିଛି । ଗତକାଲି ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍ରେ ରଖାଯାଇଥବା ବେଳେ ଆଜି ବିହାର ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଛି । ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସିବିଆଇ ତଦନ୍ତ ଅନୁରୋଧକୁ ଖାରଜ କରି ଦେଇଥିଲେ । ମାମଲାର ତଦନ୍ତ ସଠିକ୍ ଭାବରେ ହେଉନଥିବା ଅଭିଯୋଗ କରି ବିହାର ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ବିହାର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍ରେ ରଖାଯାଇଥିଲା । ଏପରିକି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ଶୈଲାନଙ୍କ ଆତ୍ମହତ୍ୟାର ଫାଇଲ୍ ମଧ୍ୟ ସମ୍ପୂର୍ଣ୍ଣ ଡିଲିଟ୍ ହୋଇ ଯାଇଥିଲା । ଏହି ଘଟଣା ପରେ ଆଜି ସୁଶାନ୍ତଙ୍କ ପିତା କେ କେ ସିଂ ଏବଂ ଏଲ୍ଜେପି ନେତା ଚିରାଗ ପାଶ୍ୱାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନୀତିଶ କୁମାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।