ଓସ୍କାର ଦୌଡ଼ରେ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’

ଓସ୍କାର ଦୌଡ଼ରେ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’

ଓସ୍କାର ଦୌଡ଼ରେ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’
ଭୁବନେଶ୍ୱର: ପ୍ରତିଷ୍ଠିତ ନିଦେ୍ର୍ଧଶକ ନୀଳମାଧବ ପଣ୍ଡାଙ୍କ ନିଦେ୍ର୍ଧଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଏବେ ଓସ୍କାର ଦୌଡ଼ରେ ସାମିଲ ହୋଇଛି । ଓସ୍କାରର ଜେନେରାଲ ଏଣ୍ଟି୍ର ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିଦେ୍ର୍ଧଶକ ଓ ଅନେକ ବିଭାଗରେ ପ୍ରବେଶ କରିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ଜଳପତ୍ତନରେ ବୃଦ୍ଧି ଫଳରେ ପୂର୍ବ ଉପକୂଳ ଓଡ଼ିଶାର ବୁଡ଼ି ଯାଇଥିବା ଗାଁ ଗୁଡ଼ିକର କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି । ଚଳଚ୍ଚିତ୍ରଟି ଖୁବ ଶୀଘ୍ର ଏକାଡେମୀ ସ୍କି୍ରନିଂ ପାଇଁ ଉପଲବ୍ଧ ହେବ । ଶ୍ରୀ ପଣ୍ଡା କହିଛନ୍ତି, ଏବେ ଲସ ଆଞ୍ଜେଲସ ଓ ନୁ୍ୟୟର୍କରେ ସମସ୍ତ ସିନେମା ହଲ ବନ୍ଦ ରହିଥିବାରୁ ଚଳିତ ବର୍ଷ ଚଳଚ୍ଚିତ୍ରଟି ଓସ୍କାର ପାଇଁ ଯୋଗ୍ୟ ବିବେଚିତ ହେବା ଆହ୍ୱାନପୂର୍ଣ୍ଣ ହୋଇପାରେ । ଏଣୁ ଆମେ ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଆରମ୍ଭ କରି ଦେଇଥିବା ବେଳେ ବିଚାରକମାନଙ୍କ ପର୍ଯ୍ୟନ୍ତ ଚଳଚ୍ଚିତ୍ରଟିକୁ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରି ଦେଇଛୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।