‘ଦ କପିଲ ଶର୍ମା ଶୋ’ରୁ ବାହାରିବେ ଭାରତୀ

‘ଦ କପିଲ ଶର୍ମା ଶୋ’ରୁ ବାହାରିବେ ଭାରତୀ

‘ଦ କପିଲ ଶର୍ମା ଶୋ’ରୁ ବାହାରିବେ ଭାରତୀ
ନିକଟରେ କମେଡିଆନ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା । ଏ ମାମଲାରେ ଉଭୟଙ୍କୁ ଜାମିନ ମିଳିସାରିଛି । କିନ୍ତୁ ଏନସିବି ପକ୍ଷରୁ ମାମଲାର ଯାଞ୍ଚ ଚାଲିଛି । ତଥାପି ଜାମିନ ମିଳିବା ଭାରତୀଙ୍କ ପାଇଁ ବହୁତ ବଡ଼ କଥା । ସେ ନିଜେ ଏକଥା ବୁଝନ୍ତି । ଭାରତୀ ଏବେ ସୋସିଆଲ ମିଡିଆରେ ଏକ ଖାସ ପୋଷ୍ଟ ଶେୟାର କରିଛନ୍ତି । ଜାମିନ ମିଳିବା ପରେ ସେ ସର୍ବପ୍ରଥମେ ଭଗବାନ ଶ୍ରୀଗଣେଶଙ୍କୁ ସ୍ମରଣ କରିଛନ୍ତି । ନିଜ ଇନଷ୍ଟା ଷ୍ଟୋରୀରେ ଗଣପତିଙ୍କର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ପଛରେ ଗଣେଶଙ୍କର ଆତୀ ମଧ୍ୟ ଚାଲୁଛି । ଫଟୋ ସହିତ ଭାରତୀ ନମସ୍କାର ମୁଦ୍ରାରେ ଇମୋଜି ଶେୟାର କରିଛନ୍ତି । କିଛି ସମୟ ପାଇଁ ଉଭୟ ଭାରତୀ ଓ ହର୍ଷଙ୍କୁ ଏ ମାମଲାରେ ଛୁଟି ମିଳିବା ପରେ ସେମାନେ ନିଜ କ୍ୟାରିଅର ଉପରେ ଫୋକସ କରିବାକୁ ଅଣ୍ଟା ଭିଡିଛନ୍ତି । ହର୍ଷଙ୍କ ହାତରେ ଏବେ କୌଣସି ନୂଆ ପ୍ରୋଜେକ୍ଟ ନାହିଁ । ସେପଟେ ଭାରତୀଙ୍କୁ ‘କପିଲ ଶର୍ମା ଶୋ’ରୁ ବାହାର କରିଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଶୋ’କୁ ନେଇ କୌଣସି ପ୍ରକାର ବିବାଦ ହେଉ ବୋଲି ନିର୍ମାତା ଚାହୁଁନଥିଲେ । ତେଣୁ ଏବେ ସେମିତି ହିଁ ହେବ ବୋଲି ଜଣାପଡ଼ିଛି । ନିର୍ମାତା ଏହି ପାରିବାରିକ ଧାରାବାହିକରେ ଭାରତୀଙ୍କୁ କଳାକାର ଭାବେ ରଖିବାକୁ ଚାହୁଁନାହାନ୍ତି । ତେବେ ଶୋ’ର ନିର୍ମାତାଙ୍କ ପକ୍ଷରୁ କୌଣସି ଔପଚାରିକ ବୟାନ ଜାରି କରାଯାଇନାହିଁ । ଆଗକୁ ମଧ୍ୟ ଶୁଣିବାକୁ ମିଳୁଛି, ନିର୍ମାତାଙ୍କର ଏହି ନିଷ୍ପତ୍ତିକୁ କପିଲ ଶର୍ମା ବିରୋଧ କରିଛନ୍ତି ।