ସତ ହେଲା ସୁନ୍ଦରୀ ମନିଷାଙ୍କ ସ୍ୱପ୍ନ ।

ସତ ହେଲା ସୁନ୍ଦରୀ ମନିଷାଙ୍କ ସ୍ୱପ୍ନ ।

ଶେଷରେ ସତ ହୋଇଛି ସୁନ୍ଦରୀ ମନୀଷାଙ୍କ ସ୍ୱପ୍ନ । ଇଚ୍ଛା ଥିଲା ବଡ଼ ପରଦାରେ ଏକ ବଡ଼ ସୁଯୋଗ ମିଳନ୍ତା । ସେ ବି ଅର୍ଚ୍ଚିତା, ଏଲିନାଙ୍କ ପରି ସମସ୍ତଙ୍କ ମନ ଜିଣନ୍ତେ । ଶେଷରେ ସେଇ ସୁଯୋଗ ଆସିଲା । ରିୟଲିଟି ଶୋ’ରୁ ସେ ପହଞ୍ଚିଛନ୍ତି ବଡ଼ ପରଦାରେ । ତାଙ୍କୁ ନାୟକ ପପୁ ପମପମଙ୍କ ନାୟିକା ଭୂମିକାରେ ଦେଖିବାକୁ ମିଳିବ ନୂଆ ଚିତ୍ର ‘ଗାଁର ନାଁ ଗାଲୁଆପୁର’ରେ । ପ୍ରତିମା ପ୍ରଡକ୍ସନ ନିବେଦିତ ଏ ଚିତ୍ରର ଚିତ୍ରନାଟ୍ୟ, ନିର୍ଦ୍ଦେଶନାରେ ଜିତେନ୍ଦ୍ର ମହାପାତ୍ର ଥିବା ବେଳେ ସ୍ୱର ସଂଯୋଜନା କରିଛନ୍ତି ଅମରେନ୍ଦ୍ର ମହାନ୍ତି । ଛୋଟ ପରଦାର ଅଭିନେତା ସୁଜିତ ଏଥିରେ ମୁଖ୍ୟ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ସମ୍ପ୍ରୀତ ଶତପଥୀ ଏ ଚିତ୍ରରେ ପ୍ରଯୋଜନା କରୁଥିବା ବେଳେ କ୍ରିଏଟିଭ ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ । ଚିତ୍ରଟି ସମ୍ପର୍କରେ ମନୀଷା କହିଛନ୍ତି, ଏହି ବ୍ୟାନରରେ ମୋ ସ୍ୱପ୍ନ ସତ ହୋଇଛି । ମିଳିଥିବା ଚରିତ୍ର ବେଶ ଚ୍ୟାଲେଞ୍ଜିଂ । ଯାହାକୁ ମୁଁ ସଫଳ କରିବା, ନିମନ୍ତେ ଉଦ୍ୟମ କରୁଛି । ନାୟକ ପପୁ ଭାଇ ମତେ ଏ କ୍ଷେତ୍ରରେ ଆଗକୁ ଯିବା ନିମନ୍ତେ ଉତ୍ସାହିତ କରୁଛନ୍ତି ।