ଶୀତରେ ଫ୍ଲୁ ଭାଇରସ ସହ ଲଢ଼ିବ ଚିନାବାଦାମ
ଶୀତରେ ଫ୍ଲୁ ଭାଇରସ ସହ ଲଢ଼ିବ ଚିନାବାଦାମ
admin
Nov 30, 2020 - 06:38
Updated: Nov 30, 2020 - 06:38
ନୂଆଦିଲ୍ଲୀ : ବର୍ଷ ତମାମ ଚିନାବାଦାମ ମିଳେ । କିନ୍ତୁ ଶୀତ ଦିନେ ଲୋକେ ଅଧିକ ମାତ୍ରାରେ ଚିନାବାଦାମ ଖାଇଥାନ୍ତି । ଏହାର କାରଣ ହେଉଛି ଚିନାବାଦାମରେ ମାଙ୍ଗାନିଜ ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି । ଏହି ତତ୍ତ୍ୱ ଯୋଗୁଁ ଚିନାବାଦାମ ଖାଇବା ଦ୍ୱାରା ଶରୀରକୁ ଦୁଇ ପ୍ରକାର ଲାଭ ମିଳେ । ମାଙ୍ଗାନିଜ ହାଡ଼ ଭିତରେ କ୍ୟାଲସିୟମ ଅବଶୋଷଣ ପ୍ରକି୍ରୟାକୁ ଦ୍ରୁତ କରିବାରେ ସହାୟତା କରେ । ଫଳରେ ହାତ ମଜବୁତ ହୁଏ । ମାଙ୍ଗାନିଜ ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣ କରିଥାଏ । ଏହା ଦ୍ୱାରା ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ । ଶୀତ ଦିନେ ଚିନାବାଦାମ ଖାଇବା ଦ୍ୱାରା ଶରୀର ଉପରେ ଥଣ୍ଡା ପଡେ଼ ନାହିଁ । ଏହା ଦ୍ୱାରା ଆପଣ ଥଣ୍ଡା, ଜ୍ୱର ଓ ଫ୍ଲୁ ପ୍ରସାର କରୁଥିବା ଭାଇରସଠାରୁ ରକ୍ଷା ପାଇପାରିବେ । କାରଣ ଚିନାବାଦାମ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ହୃଦଘାତ, ହାର୍ଟଷ୍ଟୋକ ଓ ବ୍ରେନ ହାମରେଜ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ଜୀବନଶୈଳୀ, ଶରୀରରେ ଥଣ୍ଡାରେ ପ୍ରଭାବ ଓ କୋଲେଷ୍ଟୋରଲ ସ୍ତର ବିଗିଡ଼ିବା ଏହାର ମୁଖ୍ୟ କାରଣ । ତେଣୁ ନିୟମିତ ଭାବେ ସୀମିତ ମାତ୍ରାରେ ଚିନାବାଦାମ ଖାଇବା ଦ୍ୱାରା ଏ ସବୁ ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରେ ।