ଏକ ବର୍ଷରୁ କମ୍ ବୟସର ଶିଶୁ ପାଇଁ ଗାଈ କ୍ଷୀର ସେବନ ହୋଇପାରେ ହାନିକାରକ, କାରଣ କ’ଣ ଜାଣନ୍ତୁ
ଏକ ବର୍ଷରୁ କମ୍ ବୟସର ଶିଶୁ ପାଇଁ ଗାଈ କ୍ଷୀର ସେବନ ହୋଇପାରେ ହାନିକାରକ, କାରଣ କ’ଣ ଜାଣନ୍ତୁ
ଗାଈ କ୍ଷୀରରେ ସବୁ ଉପାଦାନ ଭରପୁର ଥାଏ । ଏହା ଶରୀର ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏହାକୁ ପିଇଲେ ଶରୀର ସ୍ୱାସ୍ଥ୍ୟବାନ ରହିଥାଏ । ଏକ ରିପୋଟ୍ରରୁ ଏବେ ଜଣାପଡିଛି ଯେ, ଉପଯୋଗୀ ଗାଈ କ୍ଷୀର ବର୍ଷକରୁ କମ୍ ବୟସର ଶିଶୁଙ୍କ ପାଇଁ ହାନିକାରକ ହୋଇଥାଏ । କାରଣ ଏହା ଶିଶୁଙ୍କ ଠାରେ ଆଲର୍ଜି ସମସ୍ୟା ସୃଷ୍ଟି କରିଥାଏ । ଏହାସହ ଶ୍ୱାସ ଓ ହଜମ ପ୍ରକ୍ରିୟାରେ ମଧ୍ୟ ଦେଖାଦେଇଥାଏ । ଗାଈ କ୍ଷୀରରେ ଥିବା ପ୍ରୋଟିନକୁ ଶିଶୁ ହଜମ କରି ପାରେନାହିଁ ବୋଲି ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି । ଜନ୍ମପରେ ମା’ କ୍ଷୀର ଖାଇନଥିବା ଶିଶୁକୁ ପ୍ରାରମ୍ଭିକ ଅବସ୍ଥାରେ ପୋଷଣର ବିକଳ୍ପ ଭାବେ ଯଦି ଗାଇଁ କ୍ଷୀର ଦିଆଯାଏ , ତେବେ ଶୈଶବରେ ସର୍ବଦା ଲୈାହସାର ଅଭାବ ଫଳରେ ରକ୍ତହୀନତାର ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରାଚୀନ କାଳରୁ ଗାଈ କ୍ଷୀର ଆମ ସଂସ୍କୃତି ସହ ଓତଃପ୍ରୋତଃ ଭାବେ ଯୋଡି ହୋଇଥିଲେ ହେଁ , ୧ ବର୍ଷ ବୟସରୁ କମ୍ ଶିଶୁଙ୍କୁ ଏହାଦେବା ଅନୁଚିତ । ଶିଶୁର ଅପରିପକ୍ୱ କିଡନୀ ଏହା ଚାପ ପକାଇବାର ସମ୍ଭାବନା ଥାଏ । ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା କରାଏ ବୋଲି ଦାନୋନ୍ ଇଣ୍ଡିଆର ହେଲଥ ଆଣ୍ଡ ନ୍ୟୁଟ୍ରିସନ୍ ସାଇନ୍ସର ନନ୍ଦନ ଯୋଶୀ କହିଛନ୍ତି । ତେବେ ବଡ ପିଲା ଘରୋଇ ଖାଦ୍ୟ ସହିତ ଗାଇ କ୍ଷୀର ଖାଇପାରିବ । ୧ବର୍ଷ ବୟସ ନହେବା ପର୍ୟ୍ୟନ୍ତ ଶିଶୁକୁ ଆମିନୋ ଏସିଡ ଯୁକ୍ତ ଡବା ଖାଦ୍ୟ ଦେବା ଉଚିତ୍ । ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେର ତଥ୍ୟ ଅନୁସାରେ, ୪୦ ପ୍ରତିଶତ ପିଲାଙ୍କୁ ନିର୍ଦ୍ଧାରିତ ସମୟରେ କେବଳ କମ୍ପ୍ଲିମେଂଟାରୀ ଫୁଡ୍ ଦିଆଯାଇଥିବା ବେଳେ ୬ରୁ ୨୩ମାସ ମଧ୍ୟରେ ୧୦ ପ୍ରତିଶତ ପିଲା ପର୍ୟ୍ୟାପ୍ତ ଭୋଜନ ପାଇଥିଲେ । ଭାରତରେ ଶିଶୁଙ୍କୁ ଗାଈ କ୍ଷୀର ଖାଇବାକୁ ଦିଆଯାଏ । ବିଶେଷକରି ଗ୍ରାମାଂଚଳ ଲୋକଙ୍କ ମଧ୍ୟରେ ଏନେଇ ସଚେତନତାର ଅଭାବ ରହିଛି । ରାପିଡ୍ ସର୍ଭେ ଅନ୍ ଚିଲଡ୍ରେନ୍ ଅନୁସାରେ, ୪୨ ପ୍ରତିଶତ ୧ ବର୍ଷରୁ କମ୍ ବୟସର ଶିଶୁ ଗାଈ କ୍ଷୀର କିମ୍ବା ଅନ୍ୟ କ୍ଷୀର ଖାଉଥିବା ଜଣାପଡିଛି । ବିଶ୍ୱରେ ଆଲର୍ଜି ରୋଗ ଦ୍ରୁତ ବେଗରେ ମାଡିଚାଲିଛି । ବିକଶିତ ଦେଶମାନଙ୍କରେ ଏହି ଘଟଣା ବେଶୀ ଘଟୁଛି । ତେବେ ଭାରତରେ ମଧ୍ୟ ସମାନ ଭାବେ ବୃଦ୍ଦି ପାଉଛି ଅନୁରୂପ ଘଟଣା । କ୍ଷୀର ଆଲର୍ଜି ଶିଶୁ ଠାରେ ସବୁଠୁ ସାଧାରଣ ଆଲର୍ଜି ଭାବେ ପରିଚିତ ବୋଲି ଜୟପୁର ସ୍ଥିତ ସନ୍ତୋକବା ଦୁର୍ଲଭଜୀ ମେମୋରିଆଲ୍ ହସ୍ପିଟାଲର ପେଡିଆଟ୍ରିକ୍ ଗ୍ୟାସ୍ ଟ୍ରୋଏଣ୍ଟୋରୋଲୋଜିଷ୍ଟ ଲଳିତ ଭାରାଦିଆ କହିଛନ୍ତି । ପ୍ରାୟ ୩ ପ୍ରତିଶତ ପିଲା ପଶୁ କ୍ଷୀରରେ ଥିବା ପ୍ରୋଟିନକୁ ହଜମ କରି ପାରନ୍ତି ନାହିଁ । ମା’ କ୍ଷୀର ପାଇନଥିବା ଶିଶୁ ଠାରେ କ୍ଷୀର ଆଲର୍ଜି ଦେଖାଦେଲେ ତାର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପୋଷଣର ବିକଳ୍ପ ଆବଶୟକ । କ୍ଷୀର ଆଲର୍ଜି ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ ଉପରେ ପ୍ରଭାବ ପକାଇପାରେ – ଯଥା ତ୍ୱଚା ,ହଜମ ପ୍ରକ୍ରିୟା , ଶ୍ୱାସନଳୀ , ତ୍ୱଚା କୁଣ୍ଡାଇ ହୋଇ ଫଳିଯିବା , କେଜିମା , ବାନ୍ତି , ଡାଇରିଆ ,ପେଟ ବିନ୍ଧା ଓ ଅତ୍ୟଧିକ କାନ୍ଦିକା ଆଦି ସମସ୍ୟା ଦେଖାଦେଇଥାଏ ।