ହ୍ୟାଣ୍ଡ ଅଫ ଗଡ୍‍’ ଜର୍ସି ଦାମ ୧୫ କୋଟି

ହ୍ୟାଣ୍ଡ ଅଫ ଗଡ୍‍’ ଜର୍ସି ଦାମ ୧୫ କୋଟି

ହ୍ୟାଣ୍ଡ ଅଫ ଗଡ୍‍’ ଜର୍ସି ଦାମ ୧୫ କୋଟି
ହୃଦଘାତରେ ପରଲୋକ ହୋଇଯାଇଥିବା ‘ଫୁଟବଲ’ ଭଗବାନ ଡିଏଗୋ ମାରୋଡୋନା ବିବାଦୀୟ ‘ହ୍ୟାଣ୍ଡ ଅଫ ଗଡ’ ଗୋଲ ଦେଲା ବେଳେ ପିନ୍ଧିଥିବା ଜର୍ସି ୨ ନିୟୁତ ଡଲାର ବା ପାଖାପାଖି ୧୫ କୋଟି ଟଙ୍କାରେ ନିଲାମ ହୋଇପାରେ । କ୍ରୀଡ଼ା ସ୍ମରଣୀକା ନିଲାମିର ଜଣେ ଆମେରିକୀୟ ବିଶେଷଜ୍ଞ ଏହି ଆକଳନ କରିଛନ୍ତି । ଏହି ଜର୍ସିଟି ସମ୍ପ୍ରତି ଇଂଲଣ୍ଡର ମାଞ୍ଚେଶ୍ୱରଠାରେ ଥିଫବା ଜାତୀୟ ଫୁଟବଲ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି । ମେକ୍ସିକୋ ସିଟିରେ ଖେଳାଯାଇଥିବା ୧୯୮୬ ବିଶ୍ୱକପ କ୍ୱାର୍ଟର ଫାଇନାଲ ମ୍ୟାଚ ପରେ ମାରାଡୋନା ନିଜେ ଏହି ଜର୍ସିକୁ ଇଂଲଣ୍ଡ ଜାତୀୟ ଫୁଟବଲ ଦଳର ପୂର୍ବତନ ସଦସ୍ୟ ଷ୍ଟିଭ ହଜକଙ୍କୁ ଦେଇଥିଲେ । ଏହି ଚର୍ଚ୍ଚିତ ମ୍ୟାଚ ଶେଷ ହେବା ପରେ ଯେତେବେଳେ ଉଭୟ ମାରାଡୋନା ଓ ହଜ ପ୍ୟାଭିଲିୟନ ଫେରୁଥିଲେ, ସେତେବେଳେ ପରସ୍ପର ସହ ଜର୍ସି ଅଦଳ ବଦଳ କରିଥିଲେ ।