ଆସନ୍ତା କିଛି ମାସ ମଧ୍ୟରେ କରୋନା ଟିକା : ହର୍ଷ ବର୍ଦ୍ଧନ

ଆସନ୍ତା କିଛି ମାସ ମଧ୍ୟରେ କରୋନା ଟିକା : ହର୍ଷ ବର୍ଦ୍ଧନ

ଆସନ୍ତା କିଛି ମାସ ମଧ୍ୟରେ କରୋନା ଟିକା : ହର୍ଷ ବର୍ଦ୍ଧନ
ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ଦେଶରେ କରୋନା ଟିକା ଉପଲବ୍ଧ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ୨୬/୧୧ ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ସହିତ ଏକ ସାକ୍ଷାତକାରରେ ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଷ୍ଟାରପ୍ଲସରେ ପ୍ରକାଶିତ ଏହି କାର୍ଯ୍ୟକ୍ରମରେ ଡ. ହର୍ଷବର୍ଦ୍ଧନ କହିଛନ୍ତି ଆସନ୍ତା କିଛି ମାସ ମଧ୍ୟରେ ଭାରତରେ ବିକଶିତ ଏବଂ ପରୀକ୍ଷଣ ହୋଇଥିବା ଟିକା ବଜାରକୁ ଆସିବ । ଭାରତ ବିଶ୍ୱର ଏକ ନମ୍ବର ଟିକା ଉପôାଦନକାରୀ ରାଷ୍ଟ୍ର । ସମଗ୍ର ବିଶ୍ୱର ୬୦ ପ୍ରତିଶତ ଟିକା ଭାରତରେ ଉପôାଦିତ ହୋଇଥାଏ । ବର୍ତ୍ତମାନ ଭାରତରେ ୧୦୦ କମ୍ପାନୀ ଟିକା ନିର୍ମାଣ ଦୌଡରେ ଅଛନ୍ତି । ଏହି ୧୦୦ କମ୍ପାନୀ ମଧ୍ୟରୁ ୩୦ଟି ଭାରତୀୟ କମ୍ପାନୀ ରହିଛି । ୩୦ ଭାରତୀୟ କମ୍ପାନୀ ମଧ୍ୟରୁ ୫ଟି ବିଭିନ୍ନ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲରେ ରହିଛନ୍ତି । ଦୁଇଟି କମ୍ପାନୀର ଟିକା ପରୀକ୍ଷଣ ଆଡଭାନ୍ସଡ ଷ୍ଟେଜରେ ରହିତିୁବା ବେଳେ ପ୍ରି କ୍ଲିନିକାଲ ଷ୍ଟେଜରେ ରହିଛି ଦୁଇଟି କମ୍ପାନୀ । ଏହି ସମସ୍ତ ସ୍ଥିତି୍କୁ ଦେଖିଲେ ଆସନ୍ତା କିଛି ମାସ ମଧ୍ୟରେ ଭାରତୀୟ କମ୍ପାନୀର ଟିକା ବଜାରରେ ଉପଲବ୍ଧ ହେବ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । ଏକାଥରକେ ୧୩୫ କୋଟି ଲୋକଙ୍କ ଟିକାକରଣ କଷ୍ଟସାଧ୍ୟ ବ୍ୟାପାର । ତେବେ ଜୁନ- ଜୁଲାଇ ସୁଦ୍ଧା ୩୦ କୋଟି ଲୋକଙ୍କର ଟିକାକରଣ କରାଯିବ ବୋଲି ହଷବର୍ଦ୍ଧନ କହିଛନ୍ତି । ସେହିପରି କରୋନା ସଂକ୍ରମଣ ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସହିତ ସାଧାରଣ ଲୋକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ୨୫-୨୬ ବର୍ଷ ପୂର୍ବରୁ ପୋଲିଓ ଟିକାକରଣ ପାଇଁ ମଧ୍ୟ ସମସ୍ୟ ଦେଖା ଦେଇଥିବା ବେଳେ ସ୍ୱେଚ୍ଛାସେବୀ ସଙ୍ଗଠନ ମାନେ ଆଗକୁ ଆସିଥିଲେ । ଭାରତ ଏବଂ ଭାରତୀୟଙ୍କ ଡିଏନଏରେ ପରୋପକାର ମନୋଭାବ ରହିଛି । କରୋନା ସମୟରେ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କ ସହିତ ଦେଶବାସୀଙ୍କ ଭୂମିକାକୁ ପ୍ରଶଂସାଂ କରିବାକୁ ଯାଇ ଏପରି ମନ୍ତବ୍ୟ ଦେଇଥିଲେ ଡ. ହଷର୍୍ବର୍ଦ୍ଧନ ।