ସଭାପତି ଭାବେ ଦାୟିତ୍ୱ ନେଲେ ଦାଦା

ସଭାପତି ଭାବେ ଦାୟିତ୍ୱ ନେଲେ ଦାଦା

ସଭାପତି ଭାବେ ଦାୟିତ୍ୱ ନେଲେ ଦାଦା
ମୁମ୍ୱାଇ: ଆଜିଠୁ ବିଧିବଦ୍ଧ ଭାବେ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟର(ବିସିସିଆଇ)ର ସଭାପତି ଭାବେ ଦାୟିତ୍ବ ଗ୍ରହଣ କଲେ ସୌରଭ ଗାଙ୍ଗୁଲି। ଫଳରେ ଆଜିଠୁ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଯୁଗ ବିସିସିଆଇରେ ଆରମ୍ଭ ହୋଇଛି। ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାଦ୍ବାରା ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଶେଷ ହୋଇଛି। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି। ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୯ମାସ ହେବ ଏବଂ ତାଙ୍କୁ ଜୁଲାଇ ମାସରେ ଏହି ପଦ ଛାଡ଼ିବାକୁ ପଡ଼ିବ। ନୂଆ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୬ବର୍ଷର କାର୍ଯ୍ୟକାଳ ପରେ କୁଲିଙ୍ଗ୍ ଅଫ୍ ପିରିୟଡ ବାଧ୍ୟତାମୂଳକ ଭାବେ ଲାଗୁ ହେବ।