ଓଟିଟି ପ୍ଲାଟଫର୍ମରେ ଧମାଲ କରିବ ବ୍ରହ୍ମାସ୍ତ୍ର

ଓଟିଟି ପ୍ଲାଟଫର୍ମରେ ଧମାଲ କରିବ ବ୍ରହ୍ମାସ୍ତ୍ର

ଓଟିଟି ପ୍ଲାଟଫର୍ମରେ ଧମାଲ କରିବ ବ୍ରହ୍ମାସ୍ତ୍ର


କିଛିଦିନ ହେଲା ବଲିଉଡ଼କୁ କାଳ ଗ୍ରାସ କରିଥିଲା କହିଲେ ଅତୁ୍ୟକ୍ତି ହେବ ନାହିଁ । ଚାଲିଥିଲା ବଏକଟ ଟ୍ରେଣ୍ଡ । ଦର୍ଶକେ ବଲିଉଡ଼୍ ଫିଲ୍ମକୁ ବଏକଟ କରୁଥିଲେ । ବହୁ ପ୍ରତିକ୍ଷାର ଅନ୍ତ ଘଟି ଏବେ ଅର୍ଟା ଭିଡ଼ିଛି ବଲିଉଡ଼ । ବକ୍ସ ଅଫିସରେ ଦୀର୍ଘ ଦିନର ଫ୍ଲପ୍‌ ପରେ ଏବେ ଏବେ ସଫଳତାର ସ୍ୱାଦ ଚାଖୁଛି ବଲିଉଡ୍‌। ଫିଲ୍ମ ‘ବ୍ରହ୍ମାସ୍ତ୍ର’ କଲେକ୍ସନ୍‌ ମାମଲାରେ ଅନେକ ବଡ଼ ଫିଲ୍ମକୁ ପଛରେ ପକାଇ ଦେଇଛି। ସାମ୍ନାକୁ ଆସିଥିବା ସୂଚନା ମୁତାବକ, ବ୍ରହ୍ମାସ୍ତ୍ର ଇତି ମଧ୍ୟରେ ୧୦୦ କୋଟିରୁ ଅଧିକ ଟଙ୍କାର ରୋଜଗାର କରିଛି। ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନି ରାୟଙ୍କ ଭଳି ବଡ଼ ବଡ଼ କଳାକାର ଅଭିନୟ କରିଛନ୍ତି। ଥିଏଟରରେ ଫିଲ୍ମକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି। କିନ୍ତୁ କିଛି ଲୋକ ଏହାକୁ ଓଟିଟି ପ୍ଲାଟଫର୍ମକୁ ଆସିବାକୁ ବି ଅପେକ୍ଷା କରିଛନ୍ତି। ଆପଣ ବି ଯଦି ଓଟିଟିରେ ବ୍ରହ୍ମାସ୍ତ୍ର ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର।

ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଅଧିକାଂଶ ବଲିଉଡ୍‌ ଫିଲ୍ମର ରୋଜଗାର ଏତେଟା ଭଲ ହୋଇନଥିବା ବେଳେ ବ୍ରହ୍ମାସ୍ତ୍ର ବକ୍ସ ଅଫିସରେ ରେକର୍ଡ କରିଛି। ତୃତୀୟ ଦିନ ଅର୍ଥାତ୍‌ ରବିବାର ଫିଲ୍ମ ୪୧ରୁ ୪୨ କୋଟି ଯାଏଁ ରୋଜଗାର କରିଛି। ଏହା ପରେ ଫିଲ୍ମର ମୋଟ୍‌ କଲେକ୍‌ସନ୍‌ ୧୦୦ କୋଟି ହୋଇଯାଇଛି। ଆଗକୁ ବି ବ୍ରହ୍ମାସ୍ତ୍ରର ଇନ୍‌କମ୍‌ ବଢ଼ିବ ବୋଲି ଆଶା ରଖିଛନ୍ତି ନିର୍ମାତା। ଫିଲ୍ମକୁ ମିଳୁଥିବା ରିଆକ୍ସନ୍‌ ପରେ ଏବେ ଏହା ଖୁବ୍‌ଶୀଘ୍ର ଓଟିଟିକୁ ଆସିବ ବୋଲି ଆଶା କରାଯାଉଛି। ରିପୋର୍ଟ ମୁତାବକ, ବ୍ରହ୍ମାସ୍ତ୍ରର ରାଇଟ୍ସ ଡିଜ୍‌ନିପ୍ଲସ୍‌ ହଟ୍‌ଷ୍ଟାର କିଣିଛି।

ତେବେ ଏହି ମାମଲାରେ ଅଫିସିଆଲି କୌଣସି ବୟାନ ସାମ୍ନାକୁ ଆସି ନାହିଁ। କିନ୍ତୁ କୁହାଯାଉଛି ଯେ ଡିଜ୍‌ନି ପ୍ଲସ୍‌ ହଟ୍‌ଷ୍ଟାର ପ୍ରଥମ ଦିନରୁ ହିଁ ବ୍ରହ୍ମାସ୍ତ୍ରର କ୍ୟାମ୍ପେନ୍‌ ପାର୍ଟନର ରହି ଆସିଛି। ଏଣୁ ଫିଲ୍ମର ଓଟିଟି ରାଇଟ୍ସ ତାକୁ ହିଁ ବିକ୍ରି କରାଯିବ ବୋଲି ଜଣାପଡ଼ିଛି।

କୁହାଯାଉଛି ଯେ ଓଟିଟି ପ୍ଲାଟଫର୍ମରେ ବ୍ରହ୍ମାସ୍ତ୍ରକୁ ଆସନ୍ତା ମାସ ଅକ୍ଟୋବର ଶେଷ ସୁଦ୍ଧା ପ୍ରିମିୟର କରାଯାଇପାରେ। ଅନ୍ୟ କେତେକ ସାଇଟ୍‌ ଦାବି କରୁଛନ୍ତି ଯେ ବ୍ରହ୍ମାସ୍ତ୍ରର କପି ରାଇଟ୍‌ ଆମାଜନ୍‌ ପ୍ରାଇମ୍‌ ଭିଡିଓକୁ ମିଳିପାରେ। କାରଣ ଧର୍ମା ଫିଲ୍ମର ଆମାଜନ ସହ ଡିଲ୍‌ ହୋଇଛି। ତେବେ ଏବେ ଏ ନେଇ ସ୍ପଷ୍ଟ ଭାବେ କହିବା କଷ୍ଟ ଯେ କେଉଁ ଓଟିଟି ପ୍ଲାଟଫର୍ମରେ ଏହା ରିଲିଜ୍‌ ହେବ।