ଅନୁଷ୍କାଙ୍କ ଇନଷ୍ଟ୍ରାଗ୍ରାମ୍ ପୋଷ୍ଟ।

ଅନୁଷ୍କାଙ୍କ ଇନଷ୍ଟ୍ରାଗ୍ରାମ୍ ପୋଷ୍ଟ।

ଅନୁଷ୍କାଙ୍କ ଇନଷ୍ଟ୍ରାଗ୍ରାମ୍ ପୋଷ୍ଟ।
ଗୃହାବଦ୍ଧରେ ଥିଲା ବେଳେ ପତି ବିରାଟ କୋହଲି ଓ ପୋଷା କୁକୁର ସହ ଉଠାଇଥିବା ଏକ ଆକର୍ଷଣୀୟ ଫଟୋକୁ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଇନଷ୍ଟ୍ରାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି । କଠିନ ସମୟରେ ପରିବାର ସହ ସମୟ କଟାଇବାର ମହତ୍ୱ ଓ ଏକାନ୍ତବାସରେ ପାଇଥିବା ଉଚିତ ଶିକ୍ଷାକୁ ନେଇ ସେ ମଧ୍ୟ ଏକ ସାରମର୍ମକ ଲେଖା ଏହି ଫଟୋ ତଳେ ଲେଖିଛନ୍ତି । ଫଟୋଟିରେ ବିରାଟ ଓ ଅନୁଷ୍କା ଚଟାଣରେ ଶୋଇ ପୋଷା କୁକୁର ସହ ଖେଳୁଥିବା ଦେଖିବାକୁ ମିଳିଛି । ଅନୁଷ୍କା ଏହା ପରେ ଲେଖିଛନ୍ତି ଯେ ପ୍ରତ୍ୟେକ କଳା ବାଦଲ ଭିତରେ କିଛି ନା କିଛି ସକରାତ୍ମକ କଥା ଲୁଚି ରହିଥାଏ । ସାମ୍ପ୍ରତିକ ସମୟ ଯଦିବା ଆମ ପାଇଁ ଅନେକ ଆହ୍ୱାନ ନେଇ ଆସିଛି, ଅନେକ କଥା; ଯାହା ବିଷୟରେ ଆମେ କେବେ ଭାବୁନଥିଲେ ବରଂ ଏହାଠାରୁ ଦୂରେଇ ଯାଉଥିଲେ ସେ ସବୁ କରିବାକୁ ସମୟ ଆମକୁ ବାଧ୍ୟ କରିଛି । ଏହା ଏକ ଭଲ କଥା ବୋଲି ମୁଁ ଭାବୁଛି । କାରଣ ପୂର୍ବରୁ ଆମେ ସବୁବେଳେ କୌଣସି ନା କୌଣସି କାମରେ ବ୍ୟସ୍ତ ରହୁଥିଲେ କିମ୍ବା ବ୍ୟସ୍ତ ଅଛି ବୋଲି କହି ବୁଲୁଥିଲେ । ସମୟ ଯେମିତି ବି ଅଛି ତାକୁ ଆମକୁ ସେମିତି ଭାବେ ସମ୍ମାନ ଦେବାକୁ ହେବ । ଏହା ଦ୍ୱାରା ଆମ ଚଲାପଥର ଅନ୍ଧକାର ଦୂର ହେବା ସହ ଧବଳ ଆଲୋକର ସ୍ପଷ୍ଟ କିରଣ ଏହାକୁ ଆହୁରି ସୁଗମ କରିବ । ମୋ ପାଇଁ ଖାଦ୍ୟ, ଜଳ ଓ ବାସଗୃହ ସହ ମୋ ପରିବାରର ଉତ୍ତମ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ସବୁ ମୋ ପାଇଁ ‘ବୋନସ’ ସଦୃଶ । ଏସବୁ ପାଇଁ ମୁଁ ଭଗବାନଙ୍କ ନିକଟରେ ନତମସ୍ତକ ଓ ଚିରକୃତଜ୍ଞ । ଏବେ କାର ଘଡ଼ିସନ୍ଧି ମୁହୂର୍ତ୍ତରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ସେ ଗରିବ ଲୋକଙ୍କ ପାଇଁ ନିୟମିତ ପ୍ରାର୍ଥନା କରୁଛି । ସମସ୍ତେ ସୁରକ୍ଷିତ ଓ ସ୍ୱାସ୍ଥ୍ୟବାନ ରହନ୍ତୁ, ଏତିକି ଆଶା କରୁଛି । ସୂଚନା ଯୋଗ୍ୟ ଯେ ପୂର୍ବରୁ ବିରୁଷ୍କା ଭାବେ ପରିଚିତ ଚର୍ଚ୍ଚିତ ଯୋଡ଼ି କୋହଲି ଓ ଅନୁଷ୍କା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠି ଓ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଆର୍ଥିକ ଦାନ ଦେଇଛନ୍ତି । ତେବେ ଏହାର ପରିମାଣକୁ ସେ ଗୋପନ ରଖିଛନ୍ତି ।