ଅନ୍‌ଲାଇନ୍‌ରେ ଲିକ୍‌ ହେଲା ‘ଜୱାନୀ ଜନେମନ୍‌’

ଅନ୍‌ଲାଇନ୍‌ରେ ଲିକ୍‌ ହେଲା ‘ଜୱାନୀ ଜନେମନ୍‌’

ଅନ୍‌ଲାଇନ୍‌ରେ ଲିକ୍‌ ହେଲା ‘ଜୱାନୀ ଜନେମନ୍‌’
ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଇଲ୍ମ ‘ଜୱାନୀ ଜନେମନ୍‌’ ରିଲିଜ୍‌ ହେବାର ମାତ୍ର ଗୋଟିଏ ଦିନ ପରେ ହିଁ ଏହା ଅନ୍‌ଲାଇନ୍‌ରେ ଲିକ୍‌ ହୋଇଯାଇଛି। ଏହାର ଏଚ୍‌ଡି ପ୍ରିଣ୍ଟ ଏବେ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଯାଇଛି ତେଣୁ ଯେ କେହି ବି ଏହାକୁ ଡାଉନଲୋଡ କରି ଦେଖିପାରିବେ। ଫଳରେ ଫିଲ୍ମର କଲେକ୍‌ଶନ୍ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ତମିଲ୍‌ରକର୍ସ ନାମକ ୱେବ୍‌ସାଇଟ୍‌ ଫିଲ୍ମ ଏଚ୍‌ଡି ଫ୍ରିଣ୍ଟ ଅନ୍‌ଲାଇନ୍‌ ଲିକ୍‌ କରିଦେଇଛି। ଏହା ବ୍ୟତୀତ ଫିଲ୍ମର ପାଇରେଟେଡ୍‌(ଚୋରିହୋଇଥିବା) ଭର୍ସନ ଅନେକଗୁଡ଼ିଏ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ଯାହାକୁ ‌ଅତି ସହଜରେ ଅନ୍‌ଲାଇନ୍‌ରୁ ଡାଉନ୍‌ଲୋଡ୍‌ କରି ଦେଖିହେବ। ଏହା ପ୍ରଥମ ଥର ନୁହେଁ ଯେବେ କୌଣସି ଫିଲ୍ମ ରିଲିଜ୍‌ ହେଉ ହେଉ ଲିକ୍‌ ହୋଇଛି। ଏହା ମଧ୍ୟ ତମିଲ୍‌ରକର୍ସ ୱେବ୍‌ସାଇଟ୍‌ ଦୀପିକାଙ୍କ ‘ଛପାକ୍’, ଅଜୟଙ୍କ ‘ତାନାଜୀ’କୁ ମଧ୍ୟ ଅନ୍ଲାଇନ୍‌ ଲିକ୍‌ କରିସାରିଛି। ଗତବର୍ଷ ‘ଦବଙ୍ଗ ୩’, ‘ପତି ପତ୍ନି ଓର୍‌ ୱୋ’, ‘ଡ୍ରିମ୍‌ ଗର୍ଲ’, ‘ଭାରତ’, ‘କବୀର ସିଂହ’ ପରି ଫିଲ୍ମକୁ ମଧ୍ୟ ଏହି ୱେବ୍‌ସାଇଟ୍‌ ଅନ୍‌ଲାଇନ୍‌ରେ ଲିକ୍‌ କରିଥିଲା। ସୂଚନାଯୋଗ୍ୟ, ରୋମାଣ୍ଟିକ କମେଡି ସିନେମା ‘ଜୱାନୀ ଜାନେମନ୍’ରେ ବାପଝିଅଙ୍କ ଇମୋସନ୍ ସହ ଢେର୍‌ସାରା କମେଡ଼ି ଦେଖିବାକୁ ମିଳିବ ଏହି ଫିଲ୍ମରେ। ସୈଫ୍‌ଙ୍କୁ ଏଥିରେ ପୁଣି ପୂର୍ବ ଅନ୍ଦାଜରେ ଦେଖିବାକୁ ମିଳିବ। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ତବୁ ଓ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ଣ୍ଣିଚରୱାଲା ଅଛନ୍ତି। ଆଲିଆ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସୈଫ୍‌ ଅଭିନୟ କରିବା ସହ ପ୍ରଯୋଜନା ଦାୟିତ୍ୱରେ ମଧ୍ୟ ଅଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୀତିନ୍ କକ୍କର।