ଏହି କାରଣରୁ କପିଲ ଶର୍ମାଙ୍କୁ ବେକାରୀ ଭାବୁଛନ୍ତି ତାଙ୍କ ଝିଅ

ଏହି କାରଣରୁ କପିଲ ଶର୍ମାଙ୍କୁ ବେକାରୀ ଭାବୁଛନ୍ତି ତାଙ୍କ ଝିଅ

ଏହି କାରଣରୁ କପିଲ ଶର୍ମାଙ୍କୁ ବେକାରୀ ଭାବୁଛନ୍ତି ତାଙ୍କ ଝିଅ
ହସର ପରଶ ବାଣ୍ଟୁଥିବା କପିଲ ଶର୍ମା ଘରେ ରହୁଥିବା ବେଳେ ନିଜ ପରିବାର ସହ ସମୟ ବିତାଉଛନ୍ତି । ନିଜ କୁନି ଝିଅ ସହ ନିଜର ସମୟ କାଟୁଥିବା କପିଲଙ୍କୁ ନିକଟରେ ପଚରାଯାଇଥିଲା, ଆପଣଙ୍କର କୁନି ଝିଅ ସହ ରୁଟ୍ଟିନ କ’ଣ? ସେ ଉତ୍ତର ଦେଇଥିଲେ, ଆଜିକାଲି ମୁଁ ସାରା ଦିନ ମୋ ଝିଅ ସହ ଖେଳୁଛି, ଖାଉଛି ଓ ଶୋଉଛି । ମାତ୍ର ମତେ ଲାଗୁଛି ସାରା ଦିନ ମତେ ଦେଖି ସେ ବୋର ହୋଇଗଲାଣି । ତାକୁ ଲାଗୁଛି ବୋଧେ ମୋ ବାପା କିଛି କରନ୍ତି ନାହିଁ । କପିଲ କହିଛନ୍ତି ଯେ ପୂର୍ବରୁ ମୋ ଝିଅ କେବଳ ତା ମା ପାଖରେ ହସୁଥିବା ବେଳେ ଏବେ ମୋ ପାଖରେ ମଧ୍ୟ ହସୁଛି । ଏଇ କିଛି ଦିନ ହେବ ସେ ମତେ ଚିହ୍ନିଗଲାଣି ଏବଂ ହସିବା ଆରମ୍ଭ କରିଦେଲାଣି । ତାଙ୍କ ଝିଅ ଅନାୟାରା ତାର ନାମକୁ ସାର୍ଥକ କରୁଛି । ଅନାୟରାର ଅର୍ଥ ଖୁସି ହୋଇଥିବା ବେଳେ ମୋ ଝିଅ ମୋ ଭଳି ବହୁତ ଖୁସିବାସୀ ବୋଲି ସେ କହିଛନ୍ତି । ଝିଅକୁ ମା’ଭଳି ସୁନ୍ଦର ବୋଲି ମଧ୍ୟ କହିଛନ୍ତି । ଏଥିସହ ଚୈତ୍ର ଅଷ୍ଟମୀରେ ସେ ନିଜ ଝିଅର ପୂଜା କରିଛନ୍ତି ।