କେନ୍ଦ୍ରାପଡ଼ାରେ ଜଣେ କରୋନା ପଜିଟିଭ ଚିହ୍ନଟ।

କେନ୍ଦ୍ରାପଡ଼ାରେ ଜଣେ କରୋନା ପଜିଟିଭ ଚିହ୍ନଟ।

ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିବା କେନ୍ଦ୍ରାପଡ଼ାର ଜଣେ ୩୨ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରନା ସଂକ୍ରମିତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ଗତକାଲି ରାଜ୍ୟରେ ୧୮ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୪୦ ଥିବାବେଳେ ବିଶେଷ କରି ଭୁବନେଶ୍ବରରେ ୩୨ ଜଣ କରୋନା ରୋଗରେ ଆକ୍ରନ୍ତ ହୋଇଛନ୍ତି। ତେବେ ଧୀରେ ଧୀରେ ଅନ୍ୟ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି ।