ଭଲ ଖବର : ଆଜି ରାଜ୍ୟରୁ ୧୫୨୭ ଆକ୍ରାନ୍ତ ସୁସ୍ଥ
ଭଲ ଖବର : ଆଜି ରାଜ୍ୟରୁ ୧୫୨୭ ଆକ୍ରାନ୍ତ ସୁସ୍ଥ
admin
Nov 2, 2020 - 14:57
Updated: Nov 2, 2020 - 14:57
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର ଏବଂ ସୁନ୍ଦରଗଡରୁ ସର୍ବାଧିକ ୧୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତିତ ଖୋର୍ଦ୍ଧାରୁ ୧୧୫, କଟକରୁ ୧୦୭, ନୂଆପଡାରୁ ୧୦୪, ଜଗତସିଂହପୁରରୁ ୮୯, ଅନୁଗୁଳରୁ ୭୦, ଯାଜପୁରରୁ ୬୦, ବରଗଡରୁ ୫୬, ପୁରୀରୁ ୪୬, ମୟୁରଭଞ୍ଜରୁ ୪୫, ଢେଙ୍କାନାଳରୁ ୪୪, କେନ୍ଦୁଝରରୁ ୪୪, ବଲାଙ୍ଗୀରରୁ ୪୨, ଭଦ୍ରକରୁ ୪୧, କେନ୍ଦ୍ରାପଡାରୁ ୪୧, ସମ୍ବଲପୁରରୁ ୪୧, କଳାହାଣ୍ଡିରୁ ୩୬, କୋରାପୁଟରୁ ୩୪, ମାଲକାନଗିରିରୁ ୩୨, ସୋନପୁରରୁ ୨୮, ନୟାଗଡରୁ ୨୬, କନ୍ଧମାଳରୁ ୨୩, ଝାରସୁଗୁଡାରୁ ୨୨, ଗଞ୍ଜାମରୁ ୨୦, ନବରଙ୍ଗପୁରରୁ ୨୦, ବୌଦ୍ଧରୁ ୧୬, ରାୟଗଡାରୁ ୧୫, ଦେବଗଡରୁ ୧୩, ଗଜପତିରୁ ୬ ଏବଂ ଷ୍ଟେଟପୁଲରୁ ୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ୯୧ରେ ପହଞ୍ଚିଛି ।