ଭୁବନେଶ୍ୱରରେ ଆଉ ୮୭ ଆକ୍ରାନ୍ତ

ଭୁବନେଶ୍ୱରରେ ଆଉ ୮୭ ଆକ୍ରାନ୍ତ

ଭୁବନେଶ୍ୱରରେ ଆଉ ୮୭ ଆକ୍ରାନ୍ତ
ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ କ୍ୱାରେଂଟାଇନ କେନ୍ଦ୍ରରେ ଥିବାବେଳେ ୪୬ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଛି । ଏଯାବତ ରାଜଧାନୀରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪ ଜଣ ସୁସ୍ଥ ହୋଇଥିବାବେଳେ ୬୨୪ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୧୧ ଜଣ ମୃତୁ୍ୟବରଣ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମର ସୂଚନା ଅନୁଯାୟୀ, ଏଲଆଇସି କଲୋନୀରେ ୨, ଆଇଆରସି ଭିଲେଜ ୧, ଗଙ୍ଗନଗରରେ ୧, ବିଜେବି ନଗରରେ ୧, ଡମଣାରେ ୩, ଶାସ୍ତ୍ରୀନଗରରେ ୧, ପୋଖରୀପୁଟରେ ୧. ସନ୍ତୋଷ ବିହାରରେ ୨, ନୟାପଲ୍ଲୀରେ ୧, ୟୂନିଟ ୯ରେ ୧, ଲିୱିସ ରୋଡ଼ରେ ୧, ବିଜେପି ନଗରରେ ୩, ୟୂନିଟ-୨ରେ ୧, ରସୁଲଗଡ଼ରେ ୧, ବେହେରା ସାହିରେ ୧, ଆଚାର୍ଯ୍ୟ ବିହାରରେ ୧, ଲକ୍ଷ୍ମୀସାଗରରେ ୧, ବମିଖାଲରେ ୧, ଓଲଡ଼ ଟାଉନରେ ୧, ଶ୍ରୀରାମ ନଗରରେ ୧, ନୂଆଗାଁରେ ୧, ନୟାପଲ୍ଲୀ ବ୍ରିଟ କଲୋନୀରେ ୩, ବଡ଼ଗଡ଼ରେ ୧, ବରମୁଣ୍ଡାରେ ୧, କାନନ ବିହାରରେ ୬, ପାତ୍ରପଡ଼ାରେ ଜଣେ କ୍ୱାରେଂଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଜାଗମରାରେ ୧, ଝାରପଡ଼ାରେ ୧, ୟୂନିଟ-୧ ଆଖଣ୍ଡଳମଣି ବସ୍ତିରେ ୧, ଲକ୍ଷ୍ମୀ ସାଗରରେ ୧, କଳିଙ୍ଗ ବିହାରରେ ୧, ରସୁଲଗଡ଼ରେ ୧, ଗୌତମ ନଗରରେ ୩, ବରମୁଣ୍ଡାରେ ୧, କାନନ ବିହାରରେ ୧, ଶୈଳଶ୍ରୀ ବିହାରରେ ୨, ନୟାପଲ୍ଲୀରେ ୧, ଗଙ୍ଗନଗରରେ ୧, ଟଙ୍କପାଣି ରୋଡ଼ରେ ୧, ନୟାପଲ୍ଲୀରେ ୧, ଜୟଦେବ ବିହାରରେ ୧, ଖଣ୍ଡଗିରିରେ ୧, ଜିଜିପି କଲୋନୀରେ ୧, ପାହାଳରେ ୧, ଆଚାର୍ଯ୍ୟବିହାରରେ ୨, କଳିଙ୍ଗନଗରରେ ୧, ପାତ୍ରପଡ଼ାରେ ୧, ଟଙ୍କପାଣି ରୋଡ଼ରେ ୧, କଳିଙ୍ଗନଗରରେ ୧, କାନନବିହାରରେ ୧, ଚନ୍ଦ୍ରଶେଖରପୁରରେ ୧, ଖଣ୍ଡଗିରିରେ ୧, ଶାସ୍ତ୍ରୀନଗରରେ ୧, ଅହଲ୍ୟାନଗରରେ ୧,ଗଙ୍ଗନଗରରେ ୨, କଳିଙ୍ଗ ନଗରରେ ୧, ଲକ୍ଷ୍ମୀସାଗରରେ ୧, ଶବର ସାହି ବସ୍ତିରେ ୧, ଚନ୍ଦ୍ରଶେଖରପୁର ପ୍ରାଚୀ ଏନକ୍ଲେଭରୁ ୧, ତ୍ରିନାଥ ନଗର ବସ୍ତିରେ ୪ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି ।