ରାଜ୍ୟରେ ଆଉ ୭୩୬ ଆକ୍ରାନ୍ତ

ରାଜ୍ୟରେ ଆଉ ୭୩୬ ଆକ୍ରାନ୍ତ

ରାଜ୍ୟରେ ଆଉ ୭୩୬ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଆଉ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୮୧ କ୍ୱାରେଂଟାଇନ ସେଂଟରରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୫୫ ଜଣ ସଂକ୍ରମିତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୩୭ରେ ପହଁଚିଥିବାବେଳେ ୫୩୮୧ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୧୧୯୩୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨୨, ବାଲେଶ୍ୱରରେ ୩୩, ବରଗଡ଼ରେ ୩, ଭଦ୍ରକରେ ୫, ବଲାଙ୍ଗୀରରେ ୪, ବୌଦ୍ଧରେ ୮, କଟକରେ ୨୭୦, ଢେଙ୍କାନାଳରେ ୧, ଗଜପତିରେ ୩୯, ଗଞ୍ଜାମରେ ୨୪୭, ଜଗତସିଂହପୁରରେ ୪୦, ଯାଜପୁରରେ ୪୦, କଳାହାଣ୍ଡିରେ ୨, କେନ୍ଦ୍ରାପଡ଼ାରେ ୭, ଖୋର୍ଦ୍ଧାରେ ୧୦୭, କେନ୍ଦୁଝରରେ ୧, କୋରାପୁଟରେ ୪୫, ମାଲକାନାଗିରିରେ ୧୮, ମୟୂରଭଞ୍ଜରେ ୧୨, ନବରଙ୍ଗପୁରରେ ୧, ନୟାଗଡ଼ରେ ୧୦, ପୁରୀରେ ୧୪, ରାୟଗଡ଼ାରେ ୮, ସମ୍ବଲପୁରରେ ୨୫ ଓ ସୁନ୍ଦରଗଡ଼ରେ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଏଯାବତ ୩୮୬୧୦୨ ନମୁନା ପରୀକ୍ଷଣ ହୋଇଛି ।