କରୋନାରେ ଆଉ ୧୦ ଜଣଙ୍କ ମୃତୁ୍ୟ
କରୋନାରେ ଆଉ ୧୦ ଜଣଙ୍କ ମୃତୁ୍ୟ
admin
Jul 26, 2020 - 12:32
Updated: Jul 26, 2020 - 12:32
ଭୁବନେଶ୍ୱର : କରୋନାରେ ଆଉ ୧୦ ଜଣଙ୍କ ମୃତୁ୍ୟ ହୋଇଛି । ଫଳରେ କରୋନା ମୃତୁ୍ୟ ସଂଖ୍ୟା ୧୪୦ରେ ପହଁଚିଛି । ଅପରପକ୍ଷରେ ୩୪ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଆଜି ଗଞ୍ଜାମର ୬, ଗଜପତିର ୧, ଖୋର୍ଦ୍ଧାର ୨ ଓ ସୁନ୍ଦରଗଡ଼ର ଜଣେ କରୋନାରେ ପ୍ରାଣ ହରାଇଛନ୍ତି । ଏଯାବତ ଅନୁଗୁଳରେ ୨, ବାଲେଶ୍ୱରରେ ୨, ବରଗଡ଼ରେ ୧, ଭଦ୍ରକରେ ୨, କଟକରେ ୯, ଜଗତସିଂହପୁରରେ ୨, ଯାଜପୁରରେ ୧, ଝାରସୁଗୁଡ଼ାରେ ୧, କନ୍ଧମାଳର ୧, କେନ୍ଦ୍ରାପଡ଼ାର ୨, ନୟାଗଡ଼ର ୧, ପୁରୀର ୨, ରାୟଗଡ଼ାର ୪ ଓ ସୁନ୍ଦରଗଡ଼ରେ ୫ ଜଣଙ୍କର ମୃତୁ୍ୟ ହୋଇଛି ।
ସେହିପରି ବାଲେଶ୍ୱରର ୨, ଭଦ୍ରକର ୩, କଟକର ୩, ଗଞ୍ଜାମର ୬, ଯାଜପୁରର ୧, କେନ୍ଦ୍ରାପଡ଼ାର ୧, କେନ୍ଦୁଝରର ୧, ଖୋର୍ଦ୍ଧାର ୮, ମୟୂରଭଞ୍ଜର ୨, ନବରଙ୍ଗପୁରର ୧, ନୟାଗଡ଼ର ୧, ପୁରୀର ୨ ଓ ସୁନ୍ଦରଗଡ଼ର ୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି ।