ଆଲବମ କୁଇନ ଦୀପା ସାହୁଙ୍କ ପରଲୋକ

ଆଲବମ କୁଇନ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର : ଆଲବମରେ ସମସ୍ତଙ୍କ ହୃଦୟ ଜିଣିଥିଲେ ସେ । ଅନେକ ଦର୍ଶକଙ୍କୁ ସେ ନିଜର ଯାଦୁକରୀ ନୃତ୍ୟ ଓ ଅଭିନୟରେ ବାନ୍ଧି ରଖିଥିଲେ । ହେଲେ ଆଜି ସେ କ୍ୟାନସର ଆଗରେ ହାରି ଯାଇଛନ୍ତି । ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ଦୀପା ସାହୁଙ୍କର ପରଲୋକ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ସ୍ୱାମୀ ମନୀନ୍ଦ୍ର ଦତ । ଚିକିତ୍ସାଧିୀନ ଅବସ୍ଥାରେ ଘରୋଇ ହସପିଟାଲରେ ତାଙ୍କର ମୃତୁ୍ୟ ହୋଇଥିଲା । ଶତାଧିକ ଆଲବମରେ ସେ ଅଭିନୟ କରିଥିଲେ । କେତେକ ସିନେମାରେ ମଧ୍ୟ ତାଙ୍କର ଅଭିନୟ ଦେଖିବାକୁ ମିଳିଥିଲା । ୧୯୯୦ ଦଶକର ଶେଷ ଆଡ଼କୁ ଆଲବମ ଧୂମ ମଚେଇ ଥିଲା । ସେହି ସମୟରେ ଦୀପା ସାହୁଙ୍କୁ ହିଁ ଅନେକ ଲୋକପ୍ରିୟ ଆଲବମରେ ଦେଖିବାକୁ ମିଳିଥିଲା । ଆଲବମ କୁଇନ ଭାବେ ସେ ବେଶ ଲୋକପ୍ରିୟ ଥିଲେ । ୟୂଟେରସ କ୍ୟାନସରରେ ପୀଡ଼ିତ ଦୀପା ଥାଡର଼୍ ଷ୍ଟେଜରେ ଥିଲେ । ବର୍ଷେରୁ ଉଦ୍ଧ୍ୱର୍ ସମୟ ଧରି ସେ କର୍କଟ ସହ ଯୁଝୁଥିଲେ । ତାଙ୍କର କେମୋଥେରାପି ଚାଲିଥିଲା । ତେବେ ଲକଡାଉନ ସମୟରେ ଚିକିତ୍ସା ପାଇଁ ସେ ବହୁ ସମସ୍ୟାର ସାମ୍ନା କରିଥିଲେ । ତୋ କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ, ଏକଡ଼ା ଏକଡ଼ା ରା, ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା ଭଳି ଅନେକ ହିଟ ଆଲବମର ସେ ଥିଲେ ନାୟିକା । ସିନେମା ନାରୀ ଆଖିରେ ନିଅାଁରେ ବି ସେ ଅଭିନୟ କରିଥିଲେ । ତେବେ ନିଜର କର୍କଟ ରୋଗାକ୍ରାନ୍ତ ମା’ଙ୍କ ଦେଖାଶୁଣା କରିବା ପାଇଁ ସେ କଳା ଦୁନିଆରୁ ଦୂରେଇ ଯାଇଥିଲେ ।