କରୋନାରେ ସାମ୍ବାଦିକଙ୍କ ମୃତୁ୍ୟ

କରୋନାରେ ସାମ୍ବାଦିକଙ୍କ ମୃତୁ୍ୟ

କରୋନାରେ ସାମ୍ବାଦିକଙ୍କ ମୃତୁ୍ୟ
ଭୁବନେଶ୍ୱର : କରୋନାରେ ଜଣେ ସାମ୍ବାଦିକଙ୍କ ମୃତୁ୍ୟ ଘଟିଛି । ଗଞ୍ଜାମର ହିଞ୍ଜିଳିକାଟୁରେ ଏହି ଦୁଃଖଦ ଘଟଣା ଘଟିଛି । ହିଞ୍ଜିଳିକାଟୁ ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କର କରୋନାରେ ମୃତୁ୍ୟ ହେବା ନେଇ ତାଙ୍କ ପରିବାର ବର୍ଗ ପ୍ରକାଶ କରିଛନ୍ତି । କରୋନାରେ ରାଜ୍ୟର ପ୍ରଥମ ସାମ୍ବାଦିକଙ୍କ ମୃତୁ୍ୟ ଘଟିଥିବାବେଳେ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି । କିଛିଦିନ ତଳେ ପ୍ରିୟଦର୍ଶୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ପ୍ରଥମେ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତ ୭ ଦିନ ଧରି ସେ ଭେଂଟିଲେଟରରେ ଥିଲେ ବୋଲି ତାଙ୍କର ବଡ଼ଭାଇ ନିଳୟ ରଂଜନ ସୂଚନା ଦେଇଛନ୍ତି । ଅପରପକ୍ଷରେ ବ୍ରହ୍ମପୁରରେ ୩ ଜଣ ସାମ୍ବାଦିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବୈଦୁ୍ୟତିକ ଗଣମାଧ୍ୟମର ଜଣେ ରିପୋର୍ଟର, ଭିଡ଼ିଓ ସାମ୍ବାଦିକ ଓ ଦୈନିକ ଖବରକାଗଜର ଜଣେ ଫଟୋ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଟାଟା କୋଭିଡ଼ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି ।