ରାଜ୍ୟରେ ଆଜି ୨୨୭୫ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ରାଜ୍ୟରେ ଆଜି ୨୨୭୫ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
admin
Oct 13, 2020 - 05:56
Updated: Oct 13, 2020 - 05:56
ଭୁବନେଶ୍ୱର: ରାଜ୍ୟରେ ଆଜି ୨ ହଜାର ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୩୧୮ ଜଣ ଚିହ୍ନଟ ହୋଇଥିବାବେଳେ ୯୭୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାର ୯୩୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୩୦ ହଜାର ୯୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫ ହଜାର ୬୩୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୧୦୦୬ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୨ ହଜାର ୨୭୫ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୬୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ ୧୩୬, ବାଲେଶ୍ବରରୁ ୧୧୧, ବରଗଡରୁ ୬୪, ଭଦ୍ରକରୁ ୫୦, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୨୧, କଟକରୁ ୧୪୪, ଦେବଗଡରୁ ୧୫, ଢେଙ୍କାନାଳରୁ ୨୭, ଗଜପତିରୁ ୬, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୫୫, ଯାଜପୁରରୁ ୮୨, ଝାରସୁଗୁଡାରୁ ୧୦୦, କଳାହାଣ୍ଡିରୁ ୬୪, କନ୍ଧମାଳରୁ ୫୦, କେନ୍ଦ୍ରାପଡାରୁ ୬୮, କେଉଁଝରରୁ ୩୭, କୋରାପୁଟରୁ ୩୯, ମାଲକାନଗିରିରୁ ୫୩, ମୟୂରଭଞ୍ଜରୁ ୧୧୦, ନବରଙ୍ଗପୁରରୁ ୩୯, ନୟାଗଡରୁ ୩୧, ନୂଆପଡାରୁ ୬୯, ପୁରୀରୁ ୭୧, ରାୟଗଡାରୁ ୧୩୩, ସମ୍ବଲପୁରରୁ ୫୬, ସୋନପୁରରୁ ୫୦, ସୁନ୍ଦରଗଡରୁ ୧୫୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ପୁଲ୍ରୁ ୬୭ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।