ଗଜପତିରେ ୫୦୦ ଲୋକଙ୍କୁ ସ୍ଥାନାନ୍ତର

ଗଜପତିରେ ୫୦୦ ଲୋକଙ୍କୁ ସ୍ଥାନାନ୍ତର

ଗଜପତିରେ ୫୦୦ ଲୋକଙ୍କୁ ସ୍ଥାନାନ୍ତର
ଭୁବନେଶ୍ୱର : ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ ରୂପ ନେଇଛି । ଏହି ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ଉତ୍ତର ଆନ୍ଧ୍ର କାକିନଡ଼ା ନିକଟରେ ଗଭୀର ଅବପାତ ଅତିକ୍ରମ କରିଛି । ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ସେହିପରି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି । ନବରଙ୍ଗପୁର, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି । ତେଣୁ ଗଜପତି ଜିଲାରେ ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବିଶେଷ କରି ନବରଙ୍ଗପୁର ଓ ଗଜପତି ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଲୋକ ହନ୍ତସନ୍ତ ହେଉଛନ୍ତି । କିଛି ବିପଦକୁ ଆଶଙ୍କା କରାଯାଇ ଗଜପତି ଜିଲାର ୪ଟି ବ୍ଲକରୁ ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ପାହାଡ଼ ଉପରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମାଟି ଅତଡ଼ା ଖସିବା ଭୟରେ ଏପରି କରାଯାଇଥିବା ଜଣାପଡ଼ିଛି । ଜିଲାପାଳଙ୍କ ନିଦେ୍ର୍ଧଶ କ୍ରମ ବ୍ଲକ ପ୍ରଶାସନ ଏପରି ତ୍ୱରିତ ପଦକ୍ଷେପ ନେଇଥିବା ଜଣାପଡ଼ିଛି ।