ଏଥର ରଥଯାତ୍ରାରେ ଶୁଖିଲା ପାଗ

ଏଥର ରଥଯାତ୍ରାରେ ଶୁଖିଲା ପାଗ

ଏଥର ରଥଯାତ୍ରାରେ ଶୁଖିଲା ପାଗ
ଭୁବନେଶ୍ୱର: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଏଥର ରଥଯାତ୍ରାରେ ଶୁଖିଲା ପାଗ ରହିବାର ସମ୍ଭାବନା ରହିଛି । ଲଘୁଚାପ ଛତିଶଗଡ ମୁହାଁ ହୋଇଯାଇଛି । ଏଥି ପାଇଁ ଓଡିଶାରେ ଦୁଇ ଦିନ ଶୁଖିଲା ପାଗ ରହିବ । ରଥଯାତ୍ରା ସମୟରେ ପାଗ ଅନୁକୂଳ ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର କହିଛି । ବର୍ଷା ନେଇ ୱାର୍ଣ୍ଣି ଜାରି ହୋଇନି , ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇପାରିବେ । ୨୪ ଘଂଟାରେ ଉପକୂଳ ଓ ଦକ୍ଷୀଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୫ ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନ ମୌସୁମୀ ବର୍ଷା ଜାରି ରହିବ । ଜୁନରେ ମୌସୁମୀ ବେଶି ସକ୍ରିୟ ନ ହେବାରୁ ବର୍ଷା ପରିମାଣ କମିଛି । ଆଗକୁ ମୌସୁମୀ ବର୍ଷା ଠିକ ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।